ଅବ୍ୟବସ୍ଥା ଘେରରେ ଗାନ୍ଧୀନଗର ତୃତୀୟ ଲାଈନର ସରକାରୀ ପୈାର ବାରାକାଶ ଉଚ୍ଚ ବିଦ୍ୟାଳୟ

( ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ବ୍ରହ୍ମପୁର ଗାନ୍ଧୀନଗର  ୩ ୟ ଲାଈନରେ ଅବସ୍ଥିତ ୧୯୭୧ ମସିହା ସରକାରୀ ପୈାର ବାରାକାସ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା କାର୍ଯକଳାପ ଉପରେ ଅଭିଭାବକ ମାନଙ୍କ ଅ DX ନେକ ପ୍ରଶ୍ନ ଛାତ୍ର ଛାତ୍ରୀ ମାନେ ଟି.ସି.ନବା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ବେହେରା ଏବଂ ସ୍କୁଲର ଷ୍ଟାଫ୍ ମାନେ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ଜବରଦସ୍ତ ୨୦୦/୩୦୦ ଟଙ୍କା ଆଦାୟ କରୁଛନ୍ତି।୨୦୦/୩୦୦ ଟଙ୍କା ନ ଦେଲେ ସରକାରୀ ପୈାର ବାରାକାସ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ବେହେରା ଏବଂ ସ୍କୁଲର କର୍ମୀ ମାନେ ଟି.ସି. ଦେଉ ନାହାନ୍ତି। କାଲି ଏସ.ସି.ଏସ.ଟି. ଓ ଅମୂଲ୍ୟ ମହା ଗୈାଡ ଙ୍କ ପୁଅ ଠାରୁ ଜବର ୨୦୦ ଟଙ୍କା ଲାଞ୍ଚ ନେଲା ପରେ ଛାତ୍ର କୁ ଟି.ସି. ଦେଈଥିଲେ। ସେହି ସ୍କୁଲରେ ପଢୁଥିବା କିଛି ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମାନେ ଯାଈ ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ବେହେରା ଓ ଷ୍ଟାଫ୍ ମାନଙ୍କୁ ଜଣାଈ ବାରୁ ଅଭିଭାବକ ମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି, ତମେ କିଏ ଆମକୁ ପଚାରିବାକୁ, ଆମକୁ ଉପର ଅଫିସର ମାନଙ୍କ ପାଖରୁ ନିର୍ଦେଶ ହେଈଛି ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ଠାରୁ ଟଙ୍କା ଆଦାୟ କରିବା ପାଇଁ ତମେ ଯାହାକୁ କହୁଛ କୁହ ଏଭଳି ଭାଷା ପ୍ରୟୋଗ କରି ସ୍କୁଲ ରୁ ତଡି ଦେଇଥିଲେ। ଅଭିଭାବକ ମାନେ ଅଭିଯୋଗ କରିବାର କିଛି ସମୟପରେ ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ବେହେରା ଙ୍କ ସ୍ଵାମୀ ଜଣେ ଓଡିଶା ସରକାର ଙ୍କ ସରକାରୀ କର୍ମଚାରୀ ବିଷୟ ବସ୍ତୁ ନ ଜାଣିଶୁଣି ଅଭିଭାବକ ଅମୂଲ୍ୟ ମହା ଗୈାଡ ଙ୍କୁ ଫୋନ୍ ମାଧ୍ୟମରେ ଧମକ ଦେଉଛନ୍ତି ଫୋନରେ ଦେଈଥିବା ଧମକ ମଧ୍ୟ ଅଭିଭାବକ ଙ୍କ ପାଖରେ ଅଛି। ସ୍କୁଲ କୁ ଆସୁଥିବା ସରକାର ଙ୍କ ଅନୁଦାନ ରେ ମଧ୍ୟ ବହୁତ ହେରଫେର ହେଉଛି। ଓଡ଼ିଶା ସରକାର କୋଟି କୋଟି ଟଙ୍କା ସ୍କୁଲ କଲେଜ ମାନଙ୍କ ର ଉନ୍ନତି କରଣ ପାଇଁ ଦେଉଛନ୍ତି।ଏଠି ପୁରୁଣା କୋଠାରେ କଲର୍ ମାରି ଲକ୍ଷ ଲକ୍ଷ ବିଲ୍ କରି ଖାଉଛନ୍ତି, ସ୍କୁଲର ଛାତ ଉପରୁ ଖଣ୍ଡ ଖଣ୍ଡ ସିମେଣ୍ଟ ଚେକା ପଡି ଛାତ୍ର, ଛାତ୍ରୀ ମାନେ ଆଘାତ ହେଉଛନ୍ତି,ଲେଟିନ ସଫା ନାହିଁ ଏମିତି ବିଭିନ୍ନ ସମସ୍ୟା ଘେରରେ ଚାଲିଛି ସରକାରୀ ପୈାର ବାରାକାସ ବିଦ୍ୟାଳୟ ୫ ବର୍ଷ ହେଲା ଗୋଟିଏ କମିଟି ଅଛି। ସ୍ଥାନୀୟ ବାସିନ୍ଦା ଓ ଅଭିଭାବକ ମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଶୁଣୁ ନାହାଁନ୍ତି। ଏଥି ପୂର୍ବରୁ ଛାତ ର ସିମେଣ୍ଟ ଚେକା ପଡି ଆହାତ ହୋଇଥିବା ଛାତ୍ରୀ ଙ୍କ ଫଟୋ ପତ୍ରିକା ରେ ପ୍ରସାରିତ ହୋଈ ଥିଲେ ମଧ୍ୟ ସ୍କୁଲ ର ପ୍ରଧାନ  ଶିକ୍ଷୟିତ୍ରୀ ଓ ଷ୍ଟାଫ୍ ମାନଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ହେଉଛି ଏହାର (ଡି.ଈ.ଓ.) ତୁରନ୍ତ ସମାଧାନ ନକଲେ ଆଗକୁ ସ୍କୁଲ ଆଗରେ ଅଭିଭାବକ ମାନେ ଅନଶନରେ ବସିବେ ପାଈଁ ଗାନ୍ଧୀନଗର ବାସିନ୍ଦା ନିଷ୍ପତ୍ତି ନେଇଛନ୍ତି। ଏବଂ ବ୍ରହ୍ମପୁର ବିଧାୟକ, ଗଞ୍ଜାମ ଜିଲ୍ଲା ପାଳ, ଙ୍କୁ ଏହାର ନକଲ ପ୍ରଦାନ କରାଯିବ।

Post a Comment

Previous Post Next Post