ବିଧାୟକ ନୀଳମଣି ବିଷୋୟୀଙ୍କ ଦ୍ୱାରା ଅଙ୍ଗନୱାଡି କେନ୍ଦ୍ରର ଶୁଭାରମ୍ଭ

 

ଭଞ୍ଜନଗର ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ବଡଗଡ ପଞ୍ଚାୟତରେ ୭ ନମ୍ବର ଓ ୮ ନମ୍ବର ଦୁଇଗୋଟି ଅଙ୍ଗନୱାଡି କେନ୍ଦ୍ର ଆଜି ଉଦଘାଟନ ହୋଇଯାଇଛି । ଏହାକୁ ଶୁଭ ଉଦଘାଟନ କରିଛନ୍ତି ସୋରଡ଼ା ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ନୀଳମଣି ବିଷୋୟୀ । ଶ୍ରୀ ବିଷୋୟୀ ନିର୍ବାଚିତ ହେବା ପରେ ସୋରଡ଼ା ନିର୍ବାଚନ ମଣ୍ଡଳୀରେ ବହୁ ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ କରିଆସିଲେଣି । ଉକ୍ତ ପରିପାଖରେ ବଡଗଡ ଠାରେ ପିଲାମାନଙ୍କ ପଢିବା ଅସୁବିଧା ହୋଇ ଆସୁଥିଲା ଯାହାଦ୍ୱାରା ରାଜ୍ୟ ସରକାର ସହଯୋଗ କ୍ରମେ ବଡଗଡ ଠାରେ ଦୁଇ ଗୋଟି ଅଙ୍ଗନୱାଡି କେନ୍ଦ୍ର ଉଦଘାଟନ ହୋଇଛି । ଯାହାର ଶୁଭ ଉଦଘାଟନ ଶ୍ରୀ ନୀଳମଣି ବିଷୋୟୀଙ୍କ କରକମଳରେ ହୋଇଥିଲା । ଶ୍ରୀ ବିଷୋୟୀଙ୍କୁ ସ୍ଥାନୀୟ ଲୋକମାନେ ଘଣ୍ଟ ତାଳ ବଜାଇ ଉପଢ଼ୌକନ ଦେଇ ସ୍ୱାଗତ ଜଣାଇଥିଲେ । ଶ୍ରୀ ବିଷୋୟୀ ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ବିଧାୟକଙ୍କ ସହ ସିଡ଼ିପିଓ ସରୋଜିନୀ ବେହେରା, ଭଗବାନ ପାତ୍ର, ଅଙ୍ଗନୱାଡି କର୍ମୀ ଓ ସ୍ଥାନୀୟ ଲୋକେ ଯୋଗ ଦେଇଥିଲେ ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post