ବୁଲା କୁକୁର ଆକ୍ରମଣ ରେ ମାଈ ସମ୍ବର ମୃତ

ଭଞ୍ଜନଗର :ମୋ ନିୟୁଜ ଓଡିଶା ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାରାସିଂ ବନାଞ୍ଚଳ ଅଧିନସ୍ଥ ଗାୟାଗଣ୍ଡା ସେକ୍ସନରେ ଆମ୍ବଝରା ସଂରକ୍ଷିତ ଜଙ୍ଗଲ-୧୨ ରେ ଆଜି ସକାଳେ ଏକ ମାଈ ସମ୍ବର କଳିଙ୍ଗପଦର ହାଇସ୍କୁଲ ସାହି ନିକଟକୁ ଆସି ଯାଇଥିଲା । ଯାହା ଫଳରେ ଗ୍ରାମର କିଛି ବୁଲା କୁକୁର ସମ୍ବରଟିକୁ ଆକ୍ରମଣ କରିଥିଲେ । କୁକୁର ଆକ୍ରମଣରେ ମାଈ ସମ୍ବରଟି ଆହତ ହୋଇ ଜୀବନ ବିକଳରେ ଏକ ଶଙ୍ଖ ତଳକୁ ଖସି ପଡ଼ି ଯାଇଥିଲା । ଏହା ସହ ସମ୍ବରଟି ଗୁରୁତର ଆହତ ହୋଇଥିଲା । ଜଙ୍ଗଲ ବିଭାଗର ସ୍କୁଆଡ କର୍ମଚାରୀ ଜଙ୍ଗଲ ବୁଲି ଫେରୁଥିବା ସମୟରେ ଆହତ ସମ୍ବରଟି କୁ ଦେଖିଥିଲେ ଏବଂ ଉପରସ୍ଥ କର୍ମଚାରୀଙ୍କୁ ଖବର ଦେଇଥିଲେ । ପରେ ସମ୍ବରଟି କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରିବା ପାଇଁ ସେକ୍ସନ କାର୍ଯ୍ୟାଳୟକୁ ଆଣାଯାଇ ପଶୁ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସମ୍ବର ଟି ମୃତ୍ୟୁ ବରଣ କରିଥିଲା । ପରେ ସମ୍ବରଟି କୁ ଶବ ବ୍ୟବଚ୍ଛେଦ କରି ମାଟିରେ ଗାତ ଖୋଳି ଅନ୍ତିମ ସଂସ୍କାର କରାଯାଇଥିଲା । ପଶୁ ଡାକ୍ତର ଶ୍ରୀଯୁକ୍ତ ସୂର୍ଯ୍ୟ ଡାକୁଆ, ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ପ୍ରଧାନ, ବନପାଳିକା ଶ୍ରୀମତୀ ଶୁଭସ୍ମିତା ଦାଶ, ବନରକ୍ଷୀ ଶ୍ରୀଯୁକ୍ତ ସୁଶୀଳ କୁମାର ରାଉତ ଏବଂ ଶ୍ରୀଯୁକ୍ତ ଅଶୋକ କୁମାର ସେଠୀ ଏବଂ ଅନ୍ୟାନ୍ୟ କର୍ମଚାରୀ ଶୋକ ପ୍ରକାଶ କରିଥିଲେ ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post