ସିପାହୀଙ୍କ ବିବାହ ବାର୍ଷିକ ଏବଂ ବାହୁଡ଼ା ଯାତ୍ରା ଉପଲକ୍ଷେ ବୃକ୍ଷରୋପଣ

 


ଭଂଜନଗର :ମୋ ନିୟୁଜ ଓଡିଶା ବୃକ୍ଷ ଅଛି ତ ଜୀବନ ଅଛି । ବୃକ୍ଷ ବିନା ଏ ସଚରାଚର ଜୀବଜଗତ ତିଷ୍ଠି ରହିବା ଅସମ୍ଭବ । ସାଂପ୍ରତିକ ପରିସ୍ଥିତିରେ ଏ ଜୀବଜଗତ ତିଷ୍ଠି ରହିବାକୁ ହେଲେ, ପ୍ରକୃତି ଓ ପରିବେଶ ସହିତ ଖାପଖୁଆଇ ଚଳିବାକୁ ଏକ ପ୍ରକାର ବାଧ୍ୟ । ପ୍ରକୃତିର ଭାରସାମ୍ୟ ଅର୍ଥାତ୍ ସନ୍ତୁଳନତା ନଷ୍ଟ ହୋଇଗଲେ, ସାରା ପ୍ରାଣୀ ଜଗତ, ଉଦ୍ଭିଦ ଜଗତ ଧ୍ୱଂସ ହେବାରେ ଅବସ୍ୟମ୍ଭାବୀ । ତେଣୁ ପ୍ରକୃତି ଭାରସାମ୍ୟ ରକ୍ଷା କରିବା ସମସ୍ତଙ୍କ ର ମୂଳ ଦାୟିତ୍ୱ ଓ ମୂଖ୍ୟ ଉଦେଶ୍ୟ ହେବା ଆବଶ୍ୟକ । ଏହାକୁ ସମସ୍ତେ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ରୂପେ ପ୍ରତିପାଳନ କରିବା ନିହାତି ଜରୁରୀ ହୋଇପଡ଼ିଛି । ଆଜି ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ଓ ଓଡ଼ିଶା ସରକାରଙ୍କ କାର୍ଯ୍ୟରତ ସିପାହୀ ଶ୍ରୀ ମାଧବ ନାୟକଙ୍କ ଶୁଭ ବିବାହ ଅବସରରେ ବୃକ୍ଷରୋପଣ କରାଯାଇଛି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରକୃତି ବନ୍ଧୁ ଶିକ୍ଷକ ଶ୍ରୀ ଦ୍ୱିତୀକୃଷ୍ଣ ଲେଙ୍କାଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ ବେଲଗୁଣ୍ଠା ବ୍ଲକ ଅଧିନସ୍ଥ ନେଟଙ୍ଗା ଗ୍ରାମର ସବୁଜ ବାହିନୀର ଶ୍ରୀ ମାଧବ ନାୟକଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ନେଟଙ୍ଗା ସବୁଜ ବାହିନୀ ର ସମସ୍ତ ସଦସ୍ୟ ଓ ଉପସ୍ଥିତ ଜନସାଧାରଣ ପ୍ରତ୍ୟେକେ ଗୋଟିଏ ଗୋଟିଏ ବୃକ୍ଷ ଚାରା ରୋପଣ କରି ଗ୍ରାମ ପରିସରକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର ରୂପେ ଗଢି ତୋଳିବା ପାଇଁ ଶପଥ ପାଠ କରିଥିଲେ । ଉପସ୍ଥିତ ସମସ୍ତ ବ୍ୟକ୍ତି ନିଜ ନିଜର ବାଡ଼ି ବଗିଚା ରାସ୍ତା କଡ ନଦୀ ନାଳ ପୋଖରୀ ହୁଡ଼ାରେ ବୃକ୍ଷ ଚାରା ରୋପଣ କରି ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଙ୍କ ନାରା ‘ଏକ ପୌଧା ମା କେ ନାମ’କୁ ସାକାର ରୂପ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ତଥା ଆଳୀୟ ଖଣ୍ଡାୟତ ସମାଜ ନେଟଙ୍ଗା ମଣ୍ଡଳ ସଭାପତି ଶ୍ରୀ ଦିବ୍ୟଲୋଚନ ନାୟକ ଉପସ୍ଥିତ ରହି ସହଯୋଗ କରିଥିଲେ । 

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post