୧୪ବର୍ଷ ପରେ ବି କେନ୍ଦ୍ରୀୟ ବିଦ୍ୟାଳୟର ନିଜସ୍ୱ କୋଠା ନାହିଁ

 


ଭଂଜନଗର ମୋ ନିୟୁଜ ଓଡିଶା : ଶିକ୍ଷାର ପ୍ରଚାର ପ୍ରସାର ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୦ ମସିହାରେ ଭଞ୍ଜନଗର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଆରମ୍ଭ ହୋଇଥିଲା । କବି ସମ୍ରାଟ ମହାବିଦ୍ୟାଳୟର ପରିସରରେ ଥିବା ଛାତ୍ରାବାସରେ ଏହାର ଶୁଭ ଉଦଘାଟନ ହୋଇଥିଲା । ପ୍ରତ୍ୟେକ ସ୍ଥାନରେ ଯେଉଁଠି ବିଦ୍ୟାଳୟ ଆରମ୍ଭ ହୁଏ ପ୍ରଥମେ ଅସ୍ଥାୟୀ ଭାବେ ବିଦ୍ୟାଳୟ କେଉଁ ବିଦ୍ୟାଳୟ ଅବା ମହାବିଦ୍ୟାଳୟରେ ଆରମ୍ଭ ହୋଇଥାଏ । ପରେ ୨ରୁ ୩ବର୍ଷ ଭିତରେ ବିଦ୍ୟାଳୟର ନିଜସ୍ୱ କୋଠା ହୋଇ ସେଠାରେ ଶିକ୍ଷାଦାନ ଚାଲିଥାଏ । କିନ୍ତୁ ଦୁଃଖର ବିଷୟ ଏହାଯେ ଦୀର୍ଘ ୧୪ବର୍ଷ ବିତି ଯାଇଥିଲେ ସୁଦ୍ଧା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ନିଜସ୍ୱ କୋଠା ହୋଇପାରିନାହିଁ । ନିଜସ୍ୱ କୋଠା ନଥିବାରୁ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଦାନ ସହିତ ସହଶୈକ୍ଷିକ କାର୍ଯକ୍ରମରେ ବାଧା ସୃଷ୍ଟି ହେଉଛି । ଏହା ସହିତ ଟିଣ ଘରେ ପିଲାମାନେ ଖରାଦିନରେ ଡ଼ହଳ ବିକଳ ହେଉଛନ୍ତି । ପୁଣି ବିଦ୍ୟାଳୟ ନିୟମତ ଅଧ୍ୟକ୍ଷ ଏବଂ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପ୍ରଭାବିତ ହେଉଛି । ଯାହା ପିଲାମାନଙ୍କ ଭବିଷ୍ୟତ ଉପରେ ଏହାର ପ୍ରଭାବ ପଡ଼ୁଛିବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏଥି ପାଇଁ ଦୀର୍ଘ ଦିନ ଧରି ଅଭିଭାବକମାନେ ବିଭିନ୍ନ ଅଫିସର ମାନଙ୍କୁ ଲିଖିତ ଆକାରରେ ଅଭିଯୋଗ ଦେଲା ପରେ ବି କେବଳ ସ୍ଥାନ ଠିକ୍‍ ହୋଇପାରିଛି କିନ୍ତୁ ନିୟମିତ ଅଧ୍ୟକ୍ଷ ଓ ଶିକ୍ଷକ ପୂରଣ ହୋଇପାରିନାହିଁ । ଏହି ପରିପ୍ରେକ୍ଷୀରେ ପୁଣି ନବନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଭେଟି ଅଭିଭାବକ ମାନେ ଜଣାଇବାରୁ ସେ ଏହାର ତୁରନ୍ତ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ପୁଣି ମାନ୍ୟବର କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଇମେଲ୍‍ ମାଧ୍ୟମରେ ଅଭିଭାବକମାନେ ଜଣାଇଛନ୍ତି । ଦେଖାଯାଉ ସରକାର ଏହା ପ୍ରତି କେତେ ଗୁରୁତ୍ୱ ନେଉଛନ୍ତି ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post