ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଚାଲିଛି ନର୍ସ ମାନଙ୍କ ରୋଗୀ ମାନଙ୍କୁ ଦୁର୍ବ୍ୟବହାର !.

 


(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ

ଆସିକା ମୋ ନିୟୁଜ ଓଡିଶା : ଆସିକା ଗଞ୍ଜାମ ଜିଲ୍ଲାର ପ୍ରଥମ ସଂସଦୀୟ କ୍ଷେତ୍ର, ଆସିକା ନିର୍ବାଚନ ମଣ୍ଡଳୀ ର ପାଖାପାଖି ବହୁତ ଛୋଟ ବଡ ଗାଁ ଲୋକ ମାନେ ରୋଗ ଦେଖାଈବା ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳ କୁ ଆସନ୍ତି। କିନ୍ତୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଗୋଟିଏ ମେଡିକାଲରେ ବିଧାୟକ, ସାଂସଦ ମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ଦେଈ କାର୍ଯ୍ୟ ରତ ସେବିକା ଅର୍ଥାତ୍ ନର୍ସ ମାନେ ଗୋଟିଏ ମେଡିକାଲରେ ଚାକିରୀ ପାଈଲା ଠାରୁ ଆଜି ପର୍ଯ୍ୟନ୍ତ ଚାକିରୀ କରୁଛନ୍ତି। ସରକାର ଙ୍କ ନିୟମ ଅଛି ଜଣେ ସରକାରୀ କର୍ମଚାରୀ ଗୋଟିଏ ଜାଗାରେ ୩ ବର୍ଷ ଚାକିରୀ କଲେ ବଦଳୀ ହବାର ବ୍ୟବସ୍ଥା ଅଛି। ଏମାନଙ୍କୁ କାହିଁକି ଆଜି ଯାଏଁ ବଦଳୀ ହେଉନି ଏମାନେ କାହାର ଛତ୍ର ଛାୟା ତଳେ ରହି ଚିକିତ୍ସିତ ହେବାକୁ ଆସୁଥିବା ରୋଗୀମାନଙ୍କୁ ଦୁର୍ବ୍ୟବହାର ଦେଖାଉଛନ୍ତି। ସରକାର ଙ୍କ ବ୍ୟବସ୍ଥା ଅଛି ରୋଗୀ ମାନେ ମାଗଣାରେ ଓାୖଷଧ ପାଇବା ପାଇଁ କିନ୍ତୁ ଆସିକା ମେଡିକାଲରେ ମାଗଣା ଔଷଧ ବଦଳରେ ଡ଼ାକ୍ତର ମାନେ ବାହାରୁ ଔଷଧ କିଣି ଆଣିବା ପାଇଁ କହୁଛନ୍ତି। ରୋଗୀ ମାନଙ୍କ ପାଇଁ ଆସୁଥିବା ଖାଦ୍ୟ ପାଉରୁଟି,ଅଣ୍ଡା, କ୍ଷୀର,ହରଲିକ୍ସ ରେ ମଧ୍ୟ ବାଟ ବାରଣା ହେଉଛି ଏବଂ ଉଭମ ଖାଦ୍ୟ ମିଳୁନଥିବାର ଅଭିଯୋଗ ବି କରିଛନ୍ତି। ଆସିକା ଉପଖଣ୍ଡ ଚିକିତ୍ସାଳୟ ର ଉନ୍ନତି କରଣ ପାଇଁ  ୫ଟି ରୁ ଆସିଥିବା କୋଟି ଟଙ୍କାର କାମ ଏମିତି ହେଇଛି ଯେ ବର୍ଷା ହେଲେ ମେଡିକାଲ ଭିତରେ ଆଣ୍ଠୁଏ ପାଣି ଆମେ କହୁନୁ ନିଜେ ମେଡିକାଲ ର ଈନଚାର୍ଜ କହିଛନ୍ତି। ଡାକ୍ତର ମାନେ ଠିକ୍ ସମୟରେ ମେଡିକାଲ କୁ ନ ଆସି ଘରେ ଫିଜ ନେଇ ଚିକିତ୍ସା କରୁ ଥିବାର ଅଭିଯୋଗ ସାଧାରଣ ଜନତା କରିଛନ୍ତି।ସିକୁରିଟି ଗାର୍ଡ ରେ କାମ କରୁଥିବା କର୍ମୀ ମାନେ ମଧ୍ୟ ଠିକ୍ ଭାବରେ ରୋଗୀ ମାନଙ୍କୁ ବ୍ୟବହାର ଦେଖାଉ ନଥଥବାର ଅଭିଯୋଗ ଆସିଛି।ପ୍ରଶବ ପାଇଁ ଆସୁଥିବା ରୋଗୀମାନଙ୍କ ଠାରୁ ଜୋର ଜବରଦସ୍ତି ନର୍ସ ମାନେ ଟଙ୍କା ମାଗୁଛନ୍ତି ନ ଦେଲେ ସେବା ଠିକ୍ କରୁ ନାହାଁନ୍ତି ଏମିତି ଅନେକ ସମସ୍ୟା ଘେରରେ ଚାଲିଛି ଆସିକା ଉପଖଣ୍ଡ ଚିକିତ୍ସାଳୟ ଆଜି ଏହାର ପର୍ଦ୍ଦାଫାଶ କରିଛନ୍ତି ଆସିକା ବିଜେପି ବିଧାୟକ ସରୋଜ କୁମାର ପାଢୀ ହଠାତ୍ ଆସିକା ଉପଖଣ୍ଡ ଚିକିତ୍ସାଳୟ କୁ ପରିଦର୍ଶନ ଓ ରୋଗୀ ମାନଙ୍କ ର ହାଲଚାଲ ବୁଝିବା ପାଇଁ। ଦେଖିଲେ ସାଧାରଣ ଜନତା ଯାହା ଅଭିଯୋଗ କରୁଥିଲେ ନିଜ ଆଖିରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।କାହା ପାଖରେ ଉତ୍ତର ନଥିଲା ବିଧାୟକ ଙ୍କୁ କହିବା ଆସିକା ବିଧାୟକ ସରୋଜ କୁମାର ପାଢୀ ତୁରନ୍ତ ସିଡିଏମ ଙ୍କ ସହିତ ଫୋନ୍ ମାଧ୍ୟମରେ ଆଲୋଚନା କରିଥିଲେ ଓ କହିଥିଲେ ତୁରନ୍ତ ଏହାର ସମାଧାନ କରି ନର୍ସ ମାନଙ୍କୁ ବଦଳି କରି ନୂଆ ନର୍ସ ଆଣିବା ପାଇଁ ବ୍ୟବସ୍ଥା କରାଯାଉ। ମେଡିକାଲ ର ଈନଚାର୍ଜ ଙ୍କୁ ମଧ୍ୟ ମେଡିକାଲ ରେ ହେଉଥିବା ଦୁର୍ନୀତି କୁ ତୁରନ୍ତ ବନ୍ଦ କର ଏବଂ ନିୟମିତ ଡ଼ାକ୍ତର ଷ୍ଟାଫ୍ ନ ଆସିଲେ ସେମାନଙ୍କ ଉପରେ ଦ୍ରୃଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Post a Comment

Previous Post Next Post