ଏସ. ଛଚିନା ଠାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵକୁ ଢଳି ପଡିଲା ଟ୍ରକ, ଅଳ୍ପକେ ବର୍ତିଲେ ଯାତ୍ରୀ

ଗଞ୍ଜାମ ଜିଲ୍ଲାମୋ ନିୟୁଜ ଓଡିଶା ବେଗୁନିଆପଡା ଥାନା ଅନ୍ତର୍ଗତ ଏସ. ଛଚିନାସ୍ଥିତ ବନଦୁର୍ଗା ମନ୍ଦିର ନିକଟରେ ଗୋଟିଏ ଟ୍ରକ ରବିବାର ଅପରାହ୍ନ 4 ଘଣ୍ଟ ସମୟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵ କୁ ଢଳି ପଡିଥିଲା । ଫଳରେ ଏଥିରେ ଥିବା ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତୀ ଯାଇଥଲେ । ଘଟଣା ରୁ ପ୍ରକାଶ ଖଲିକୋଟ ଥାନା ଅନ୍ତର୍ଗତ କଞ୍ଚଣା ଗ୍ରାମର ଟ୍ରକ OD -07-H-0772 ପଦ୍ମାଳୟା ନାମକ ଏକ ଟ୍ରକ କୋଦଳା ଥାନା ଅନ୍ତର୍ଗତ ବାଦରଖପଲ୍ଲୀରୁ ଝିଅ ବାହାଘର ସାମାନ ଧରି ତାଳସର ଜାଇ ଭୋଜି ଖାଇ ଫେରୁଥିବା ସମୟରେ ଉକ୍ତ ସ୍ଥାନରେ ବିପରୀତ ଦିଗରୁ ଅନ୍ୟ ଏକ ଟ୍ରକ ଆସୁଥିଲା । ଉଭୟ ଗାଡି ପରସ୍ପର କୁ ଅତିକ୍ରମ କରୁଥିବା ସମୟରେ ଉକ୍ତ ଗାଡି ଟି ରାସ୍ତା ପାର୍ଶ୍ଵକୁ ଖସି ଯାଇଥିଲା । ବର୍ଷା ଦିନ ସହ ରାସ୍ତା ପାର୍ଶ୍ଵ ଖାଲ ଥିବାରୁ ଗାଡିଟି ଢଳି ପଡିଥିଲା । ଏଥିରେ ଭୋଜି ଖାଇ ଫେରୁଥିବା ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ।

Post a Comment

Previous Post Next Post