ଚିଦାନନ୍ଦ ଦିବ୍ୟ ଧାମ ର ଅଷ୍ଟମ ବାର୍ଷିକ ଉତ୍ସବ ଓ ସ୍ୱାମୀ ଚିଦାନନ୍ଦ ସରସ୍ବତୀ ଙ୍କ ୧୦୮ତମ ଜନ୍ମତ୍ସବ ପାଳିତ

(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଛତ୍ରପୁର ନିକଟସ୍ଥ ଅଗସ୍ତି ନୂଆଗାଁ ଚିଦାନନ୍ଦ ଦିବ୍ୟାଧମର ଅଷ୍ଟମ ବାର୍ଷିକ ଉତ୍ସବ ତଥା ସ୍ୱାମୀ ଚିଦାନନ୍ଦ ସରସ୍ବତୀ ମହାରାଜ ଙ୍କ ୧୦୮ତମ ଜନ୍ମତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଗଞ୍ଜାମ ଜ଼ିଲ୍ଲା ର ଦିବ୍ୟ ଜୀବନ ସଙ୍ଘ ର ବିଭିନ୍ନ ଶାଖା ରୁ ୨୦୦ରୁ ଉର୍ଦ୍ଧ ଭକ୍ତ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଭୁ ପାଦ ପୂଜା, ଆଶ୍ରିବଚନ, ତଥା ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ କିଭଳି ନୈତିକ ଶିକ୍ଷାର ପ୍ରଚାର ପ୍ରସାର ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଉରକେଲା ବେଦବ୍ୟାସ ଆଶ୍ରମରୁ ପୂଜ୍ୟ ସ୍ୱାମୀ ବ୍ରହ୍ମ ସାକ୍ଷାତକାର ନନ୍ଦ ସରସ୍ବତୀ ଏଥିରେ ଯୋଗଦେଇଥିଲେ। ଏହା ସହିତ ପୂଜ୍ୟ ସ୍ୱାମୀ ରାମଦାସନନ୍ଦ ସରସ୍ବତୀ ଓ ଦକ୍ଷିଣ ଓଡିଶା ସାମନ୍ୟୟ ସମିତି ର ବିଭିନ୍ନ କର୍ମକର୍ତା ଏଥିରେ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହୟୋଗ କରିଥିଲେ। ଏହି ଅବସରରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯିବା ସହ ସମସ୍ତଙ୍କ ନିମନ୍ତେ ଜ୍ଞାନ ଯଜ୍ଞ ର ଆୟୋଜିତ ହୋଇଥିଲା। ଆଶ୍ରମର ପ୍ରତିଷ୍ଠାତା ବିପ୍ରଚରଣ ପାତ୍ର ଙ୍କ ଅଧକ୍ଷତା ରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା  l

Post a Comment

Previous Post Next Post