ମୋ ନିୟୁଜ ଓଡିଶା ଅଦ୍ୟ ତା୧୪. ୦୭. ୨୦୨୪ରିଖ ରବିବାର ଦିନ ଆରୋଗ୍ୟମ୍ ଯୋଗ ଏବଂ ୱେଲଫେୟାର ଆସୋସିଏସନ, ଢେଙ୍କାନାଳର ଦ୍ଵିତୀୟ ବାର୍ଷିକ ବୈଠକ,ଅନୁଷ୍ଠାନର ଖମାର ସାହି, ଢେଙ୍କାନାଳ, ସ୍ଥିତ ଯୋଗ ପ୍ରଶିକ୍ଷଣ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ଅନୁଷ୍ଠାନର ପରାମର୍ଶଦାତା ଶ୍ରୀ ବସନ୍ତ କୁମାର ରଥ ଅନୁଷ୍ଠାନ ଗଠନର ଉଦ୍ଦେଶ୍ୟ ଏବଂ କାର୍ଯ୍ୟପ୍ରଣାଳୀ ଉପରେ ଆଲୋକପାତ କରିଥିଲେ ଏବଂ ନିଷ୍ଠାପର ହୋଇ କାର୍ଯ୍ୟ କଲେ ସଫଳତା ନିଶ୍ଚୟ ମିଳିବ ବୋଲି କହିଥିଲେ l ଅନୁଷ୍ଠାନର ନିର୍ଦ୍ଦେଶିକା ଅନସୂୟା ମିଶ୍ର ଉକ୍ତ ବୈଠକରେ ସଭାପତିତ୍ବ କରି ବିଗତ ବର୍ଷର କାର୍ଯ୍ୟକ୍ରମ ଏବଂ ଆଗାମୀ ବର୍ଷରେ ହେବାକୁ ଥିବା କାର୍ଯ୍ୟପନ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ l ଆଜିର ବୈଠକରେ କିଛି ନୂତନ ସଦସ୍ୟଙ୍କର ପରିଚୟ ପ୍ରଦାନ କରାଯାଇଥିଲା l ଅନ୍ୟ ସଦସ୍ୟମାନେ ସେମାନଙ୍କର ସଦସ୍ୟତାକୁ ସମ୍ମତି ପ୍ରଦାନ କରିଥିଲେ। ଏହା ଛଡା ସର୍ବ ସମ୍ମତି କ୍ରମେ ଶ୍ରୀମତୀ ତୃପ୍ତିମୟୀ ଦେବୀଙ୍କୁ ନୂତନ ସଭାପତି ଓ ଶ୍ରୀମତୀ ନମିତା ରଥଙ୍କୁ ନୂତନ ଉପସଭାପତି ଭାବେ ଚୟନ କରାଗଲା।ଉପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟାମାନଙ୍କର ସହମତି କ୍ରମେ ଅନେକ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଅଛି ଯାହାକୁ ଆଗାମୀ ଦିନରେ କାର୍ଯ୍ୟକାରୀ କରାଯିବ l ଆଜିର ବୈଠକରେ ଅନୁଷ୍ଠାନର ନିର୍ଦ୍ଦେଶିକା ଅନସୂୟା ମିଶ୍ର,ନୂତନ ସଭାପତି ତୃପ୍ତିମୟୀ ଦେବୀ,ନୂତନ ଉପସଭାପତି ନମିତା ରଥ,ସମ୍ପାଦକ ପ୍ରଭାସ ଚଦ୍ର ପାଢ଼ୀ, କୋଷାଧ୍ୟକ୍ଷ ତୟୁବ ଅନସାରୀ, ପରାମର୍ଶଦାତା ଶ୍ରୀ ବସନ୍ତ କୁମାର ରଥ,ସଦସ୍ୟ ପ୍ରିୟବ୍ରତ ଦାଶ,ସଦସ୍ୟା ନିବେଦିତା ସାହୁ, ମମତା ମହାପାତ୍ର ଓ ଯୋଗ ପ୍ରଶିକ୍ଷିକା ମନସ୍ବିନୀ ମିଶ୍ରଙ୍କ ସମେତ ନୂତନ ସଦସ୍ୟସଦସ୍ୟାମାନେ ଉପସ୍ଥିତ ରହି ନିଜନିଜର ବହୁମୂଲ୍ୟ ମତାମତ ଦେଇଥିଲେ l ବୈଠକର ଶେଷରେ ସମ୍ପାଦକ ଶ୍ରୀ ପାଢ଼ୀ ଉପସ୍ଥିତ ସମସ୍ତ ସଦସ୍ୟସଦସ୍ୟାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
Tags:
ଆଞ୍ଚଳିକ


