ଭଞ୍ଜନଗର ମୋ ନିୟୁଜ ଓଡିଶା : ଦିନକୁ ଦିନ ପରିବେଶ ନଷ୍ଟ ହେବାରେ ଲାଗିଛି । ଜଳବାୟୁ ପରିବର୍ତ୍ତନ ହେଉଛି । କେଉଁଠି ଅତ୍ୟଧିକ ବର୍ଷା ଫଳରେ ଧନ ଜୀବନ ନଷ୍ଟ ହେଉଛି ତ କେଉଁଠି ବର୍ଷା ନହେବା କାରଣରୁ ବ୍ୟାପକ ଫସଲ ନଷ୍ଟ ହେଉଛି । ତେଣୁ ପରିବେଶର ସୁରକ୍ଷା କରିବାକୁ ହେଲେ ବ୍ୟାପକ ବୃକ୍ଷ ରୋପଣ ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ମା' ପାଇଁ ଗଛଟିଏର ସ୍ଲୋଗାନ ଦେଇ ବ୍ୟାପକ ଚାରା ରୋପଣ ଓଡ଼ିଶାରେ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ସ୍ଥିତ ବାଉଁଶଲୁଣ୍ଡି ଠାରେ ଯୁବକ ସଂଘ ପକ୍ଷରୁ ଆୟୋଜିତ ବୃକ୍ଷ ରୋପଣ କାଯ୍ୟକ୍ରମରେ କେନ୍ଦୁଝର ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ରୂପେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇଥିଲେ । ନିକଟସ୍ଥ ସ୍ୱଶାନ ନିକଟରେ ବିଭିନ୍ନ ପ୍ରକାରର ୧୦୦ ଚାରା ରୋପଣ କରାଯାଇଥିଲା । ପରିବେଶର ସୁରକ୍ଷା ପାଇଁ ବ୍ୟାପକ ଚାରା ରୋପଣ କରିବାସହ ଚାରାର ଯତ୍ନ ନେବାପାଇଁ ଉପସ୍ଥିତ ଜଣ ସାଧାରଣ ଓ ଯୁବ ବର୍ଗଙ୍କୁ ଅତିଥି ମାନେ ପରାମର୍ଶ ଦେଇଥିଲେ । ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥ୍ୱୀରାଜ ପ୍ରଧାନ ଉପସ୍ଥିତ ରହି ଯୁବକ ସଂଘର କାଯ୍ୟଶୈଳୀ ଙ୍କୁ ପ୍ରଶଂସା କରିଥିଲେ । ସରପଞ୍ଚ ଉଦ୍ଧବ ମିଶ୍ର ଯୁବକ ସଂଘ ସଦସ୍ୟ ଙ୍କୁ ଧନ୍ୟବାଦ ଦେବା ସହ ସମସ୍ତଙ୍କୁ ଗଛ ଲଗାଇବା ନିମନ୍ତେ ସଚେତନତା କରିବାକୁ କହିଥିଲେ ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


