ଦୋକାନ ରୁ ନାଗ ସାପକୁ ଉଦ୍ଧାର କଲେ ଥାନା ଅଧିକାରୀ

ଗଞ୍ଜାମ ଜିଲ୍ଲାମୋ ନିୟୁଜ ଓଡିଶା ବେଗୁନିଆପଡା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ଏକ ସାହାସିକତା ର ପରିଚୟ ଦେଇଛନ୍ତି । ଏହି ଥାନା ଅନ୍ତର୍ଗତ ସୁମଣ୍ଡଳ ବଜାରରେ ଥିବା ବିଜୟ ଗୌଡ଼ଙ୍କ ପରିବା ଓ ଫଳ ଦୋକାନ ଭିତରକୁ ଏକ ନାଗ ସାପ ପ୍ରବେଶ କରୁଥିଲା । ନିକଟରେ ଅନେକ ଲୋକ ଗହଳି ହୋଇ ଦେଖୁଥିଲେ । ଏହି ସମୟରେ ବେଗୁନିଆପଡା ଥାନା ଅଧିକାରୀ ଶ୍ରୀ ହାଁସଦା ଶନିବାର ଅପରାହ୍ନ 2.30 ମିନଟ ସମୟରେ ସେହି ରାସ୍ତାରେ ପେଟ୍ରୋଲିଙ୍ଗ ରେ ଯିବେ ବେଳେ ଲୋକ କାହିଁକି ଗହଳି କରିଛନ୍ତି ବୋଲି ପଚାରି ଥିଲେ । ଦୋକାନକୁ ସାପ ଯିବା ଜାଣିବା ପରେ ଥାନା ଅଧିକାରୀ ଗୋଟିଏ ପ୍ଲାଷ୍ଟିକ ବିସ୍କୁଟ ଡବା ଆଣି କୌଶଳ ସହକାରେ ଅତି ସହଜ ରେ ନାଗ ସାପକୁ ଡବା ମଧ୍ୟରେ ରଖି ଶାଳବଣ ନିକଟରେ ଥିବା ଏକ ଜଙ୍ଗଲ ରେ ଛାଡିଥିଲେ । ଥାନା ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ଉପସ୍ଥିତ ଜନତା ଧନ୍ୟବାଦ ଜଣାଇଛନ୍ତି।

Post a Comment

Previous Post Next Post