ଚୋରା ମଦ, ଭର୍ତ୍ତି କାର ଜବତ ସହ ଜଣକୁ ଗିରଫ କଲା ବେଗୁନିଆପଡା ପୋଲିସ

  

ଗଞ୍ଜାମ ଜିଲ୍ଲାମୋ ନିୟୁଜ ଓଡିଶା ବେଗୁନିଆପଡା ଥାନା ଅନ୍ତର୍ଗତ ରାଗପୁର ଛକ ନିକଟରୁ ଶନିବାର ଦିନ ଚୋରା ମଦ ଭର୍ତ୍ତି କାର ଜବତ ସହ  ଜଣକୁ ଗିରଫ କରିଛି କୋଦଳା ପୋଲିସ । ପୋଲିସ କୌଣସି ସୂତ୍ରରୁ ଖବର ପାଇ ରାଗପୁର ଛକ ଠାରେ KA 53M 6464 କାର କୁ ଅଟକାଇ ଥିଲେ । ସେହି କାର ରେ ଦେଶି ମଦ ଭର୍ତ୍ତି ହୋଇଥିବା ଜାଣିବା ପରେ ମଦ ଓ କାର କୁ ଜବତ କରିଥିଲେ ।ଏହି କାରରେ ବସି ଥିବା ମାଳ ଅଂଚଳର ବାଇଦିପଡା ଗ୍ରାମର ଜିତୁ ଶବର କୁ ମଧ୍ୟ ଗିରଫ କରିଛନ୍ତି । ଜିତୁକୁ ଗିରଫ କରିବା ସହ ତାଙ୍କ ନିକଟରୁ  120  ଲିଟର ଚୋରା ଦେଶି ମଦ  ଜବତ  କରିଛନ୍ତି । ଶନିବାର  ଅପରାହ୍ନ 3 ଘଣ୍ଟ ସମୟରେ ଜିତୁ ଙ୍କ ଙ୍କ ନାମରେ କେଶ ନମ୍ବର 320/2024 ରେ ମାମଲା ରୁଜୁ କରି କୋର୍ଟ ଚଲାଣ କରି ଥିବା ଥାନା ଅଧିକାରି ଅଶୋକ କୁମାର ହାଁସଦା ସୂଚନା ଦେଇଛନ୍ତି।

Post a Comment

Previous Post Next Post