ବିଭିନ୍ନ ବିଦ୍ଯାଳୟ ଗସ୍ତ କରି ସମସ୍ଯା ବୁଝିଲେ ଆସିକା ସାଂସଦ

 


କୋଦଳା ମୋ ନିୟୁଜ କୋଦଳା (୦୮/୦୭ /୨୦୨୪) 

ଆସିକା ସାଂସଦ ଅନୀତା ଶୁଭଦର୍ଶନୀ ପଟ୍ଟନାୟକ ଆଜି ବେଗୁନିଆପଡ଼ା ବ୍ଳକ ଗସ୍ତ କରି ଅଗାଁର ଗାଁ ସ୍ଥିତ ଦଣ୍ଡପାଣି ସାମନ୍ତରାୟ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ ଯାଇଥିବା ଦେଖିବାକୁ ମିଳିଛି। ବିଦ୍ଯାଳୟରେ ପହଞ୍ଚି ଛାତ୍ର ଛାତ୍ରୀ ମାନଙ୍କ ଗହଣରେ କିଛି ସମୟ ଅତିବାହିତ କରିଥିଲେ ସାଂସଦ। ବିଦ୍ଯାଳୟର ଆନୁସଙ୍ଗିକ ବ୍ଯବସ୍ଥା, ଶିକ୍ଷାଦାନ ସଂପର୍କରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି ସାଂସଦ ।ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ମାଟ୍ରିକ ସାର୍ଟିଫିକେଟ ବିତରଣ କରାଯାଇଥିଲା। ସାଂସଦ ଛାତ୍ର ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ବିତରଣ କରିଥିଲେ।ସେହିପରି ବେଗୁନିଆ ପଡା ସ୍ଥିତ କାଣ୍ଟା ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରି ଛାତ୍ରୀ ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ସେଠାରେ ଉତ୍ତୀର୍ଣ୍ଣ ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ବିତରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବିଦ୍ଯାଳୟ ହେଉଛି ଉତ୍ତର ନାଗରିକ ଗଠନର ପ୍ରକୋଷ୍ଠ। ନିରନ୍ତର ଶିକ୍ଷାଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ନାଗରିକ ଭାବେ ଗଢି ତୋଳିବା ପାଇଁ ପରାମର୍ଶ ଦେଇଛନ୍ତି ଆସିକା ସାଂସଦ ଅନୀତା ଶୁଭଦର୍ଶନୀ ପଟ୍ଟନାୟକ ।

Post a Comment

Previous Post Next Post