ଶାଳବଣ ଲଛିପୁର ରାସ୍ତା ରୁ ଦୁଇ ଜଣ ଅପରାଧୀଙ୍କୁ ଗିରଫ କଲା ବେଗୁନିଆପଡା ପୋଲିସ

ଗଞ୍ଜାମ ଜିଲ୍ଲା ମୋ ନିୟୁଜ ଓଡିଶା ବେଗୁନିଆପଡା ପୋଲିସ ଏସ ଆଇ ଟୁନା ପୀଡ଼ିକାଙ୍କ ସହ ପୋଲିସ ଟିମ ପେଟ୍ରୋଲିଙ୍ଗି ସମୟରେ ଏହି ଥାନା ଅନ୍ତର୍ଗତ ଶାଳବଣ ଲଛିପୁର ମଝି ରାସ୍ତାର ଏକ ଶଙ୍ଖ ନିକଟରେଏକ ପଲସର ବାଇକ ନମ୍ବର OR 02 BH 9839 ରେ ଦୁଇ ଜଣ ବ୍ୟକ୍ତି ଆସୁଥିଲେ।  ପୋଲିସ କୁ ସନ୍ଦେହ ହେବାରୁ  ଉକ୍ତ ଗାଡି କୁ ଅଟକାଇ ସନ୍ଦେହରେ ଧରିବା ପରେ ଜଣଙ୍କ ନିକଟରୁ  ଦେଶି ଖୁନ୍ଦା ବନ୍ଧୁକ ଓ ଅନ୍ୟ ଜଣଙ୍କ ଠାରୁ ଦୁଇ ଗୋଟି ବମ ଜବତ କରିଥିଲେ । ସେମାନେ ହେଲେ ବେଗୁନିଆପଡା ଥାନା ସାଙ୍କୁଡ଼ା ପଂଚାୟତ ଅନ୍ତର୍ଗତ ଲଛିପୁର ଗ୍ରାମର ରଂଜିତ ପରିଡା ଓ ଅଧିଶ୍ୱର ପଲାଇ। ପୋଲିସ ଏ ଏସ ଆଇ ଜଗଦିଶ ପଣ୍ଡା ଉକ୍ତ କେଶର ତଦନ୍ତ ଭାର ନେବା ପରେ  ଜାଣିବାକୁ ପାଇଲେ କି ଏମାନଙ୍କ ନାମରେ ଆଗରୁ ଅନେକ ଅପରାଧିକ, ଚୋରି, ଡକାୟତି ମାମଲା ମଧ୍ୟ ରହିଛି। ଏମାନଙ୍କ ନାମରେ 315/2024 ରେ ଏକ ମାମଲା ରୁଜୁ କରି ମଙ୍ଗଳବାର ଅପରାହ୍ନ 3.30 ମିନିଟ ସମୟରେ କୋର୍ଟ ଚଲାଣ କରିଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେଇଛନ୍ତି ।

Post a Comment

Previous Post Next Post