ତଫସିଲ ଭୁକ୍ତ ଘୁମୁସର ପାଣ ସମାଜ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ



ଭଞ୍ଜନଗର :ମୋ ନିୟୁଜ ଓଡ଼ିଆ ୭୫ତମ ବନ ମହୋତ୍ସବ ଅବସରରେ ମାଆଙ୍କ ନାମରେ ଗଛଟିଏ ଯେଉଁ ନାରା ବର୍ତ୍ତମାନ ଚାଲିଛି ତାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଘୁମୁସର ପାଣ ସମାଜ ଏକ ଦୃଢ଼ ପଦକ୍ଷେପ ନେଇଛି । ଏହି ଚାରା ରୋପଣ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ତୁରୁମ ସରପଞ୍ଚ ଶ୍ରୀମତୀ ଉଷାରକ୍ଷଣୀ ପ୍ରଧାନ, ତୁରୁମୁ ଅଂଚଳର ଯୁବ ନେତା ଶ୍ରୀ ଅଜିତ ପ୍ରଧାନ ଏବଂ ଅବସରପ୍ରାପ୍ତ ନର୍ସିଙ୍ଗ ଅଫିସର ଶ୍ରୀମତୀ ପୁଷ୍ପରାଣୀ ଦତ୍ତ, ତଫସିଲ ଭୁକ୍ତ ଘୁମୁସର ପାଣ ସମାଜ ଉନ୍ନୟନ ସମିତି ସଭାପତି ଶ୍ରୀ ସୀମାନାଥ ନାୟକଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା ଓ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଶ୍ରୀ ରବୀନ୍ଦ୍ର ନାୟକ, କୋଷାଧକ୍ଷ ଶ୍ରୀ ପ୍ରଶାନ୍ତ ନାୟକ ସାଙ୍ଗଠନିକ ସମ୍ପାଦକ ଶ୍ରୀ ଦେବବ୍ରତ ନାୟକ, ଶ୍ରୀ ସତ୍ୟ ନାରାୟଣ ନାୟକ ମୁଖ୍ୟ ଉପଦେଷ୍ଟା ଶ୍ରୀ ସୁବ୍ରତ କୁମାର ନାୟକ, ଅଡିଟର ଶ୍ରୀ ସୁନୀଲ କୁମାର ନାୟକ, ନାରୀଗୋଚ୍ଛା ଗ୍ରାମର ଚନ୍ଦନ ନାୟକ, ଉଦୟପୁରରୁ ସୁଶାନ୍ତ ନାୟକ, ରୁଢାପଦରରୁ ଚୋରିଆ ନାୟକ, ଗୁଜୁରାଳି ଗ୍ରାମରୁ ଶ୍ରୀମତୀ ପ୍ରମିଳା ନାୟକ ପ୍ରମୁଖ । ଗଛ ପୋତିବା ପାଇଁ ଆବଶ୍ୟକୀୟ ଗାତ ଖୋଳିବା ତଥା ପାଣି ଦେବା, ଏ ସବୁ କାର୍ଯ୍ୟରେ ସହଯୋଗ କରିଥିଲେ ବଳରାମ ନାୟକ ଏବଂ କିଶୋର ନାୟକ । ଢୋଲପିଟା ବନାଞ୍ଚଳ ଅଧିକାରୀ ଶ୍ରୀମତୀ ଆଶାଲତା ଦିଗାଲ, ବନପାଳ ଶ୍ରୀମତୀ ଏ. ଶୁଭସ୍ମିତା ପାତ୍ରଙ୍କ ସମ୍ପୂର୍ଣ ସହଯୋଗ ଏବଂ ବନରଖି ଶ୍ରୀମତୀ ଗାୟତ୍ରୀ କୁମାରୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଥିଲା । ଗୁଜୁରାଳି ଗ୍ରାମର ମା ପାଟଖଣ୍ଡା ମନ୍ଦିର ପରିସର, ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସର, ଗ୍ରାମଦେବତୀ ମନ୍ଦିର ପରିସର ଏବଂ ଗ୍ରାମ ନିକଟସ୍ଥ ଖୋଲା ପଡିଆ ଠାରେ ପ୍ରାୟ ୨୦୦ରୁ ଉର୍ଦ୍ଧ ଗଛ ଲଗା ଯାଇଥିଲା । ଏହି ମହତ କାର୍ଯ୍ୟକ୍ରମକୁ ଗ୍ରାମବାସି ସହଯୋଗ କରିବା ସହିତ ପ୍ରଶଂସା କରିଥିଲେ ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post