ତୁଳସିପଲ୍ଲୀ କ୍ଷେତ୍ରମଣି ମଧ୍ୟ ଇଂରାଜୀ ବିଦ୍ୟାପୀଠରେ ବନ ମହୋତ୍ସବ

 


ଭଞ୍ଜନଗର :ମୋ ନିୟୁଜ ଓଡିଶା ଜାତୀୟ ସ୍ତରରେ ସମଗ୍ର ଭାରତବର୍ଷରେ ଏବର୍ଷ ୭୫ତମ ବନ ମହୋତ୍ସବ ପାଳନ କରାଯାଉଛି । ଏବର୍ଷର ସନ୍ଦେଶ ହେଲା ମାଆଙ୍କ ନାମରେ ଗଛଟିଏ । ସାମ୍ପ୍ରତିକ ସ୍ଥିତିରେ ଜଳବାୟୁରେ ଯେପରି ପରିବର୍ତ୍ତନ ଘଟି ବାୟୁମଣ୍ଡଳର ତାପମାତ୍ରା ଯେପରି ବଢ଼ି ଚାଲିଛି ତାହା ମାନବ ସଭ୍ୟତା ପାଇଁ ସତର୍କ ଘଣ୍ଟି ନିଶ୍ଚୟ । ଏଣୁ ମାଆଙ୍କ ନାମରେ ଗଛଟିଏ ସନ୍ଦେଶ ରଖି ସରକାରଙ୍କ ତରଫରୁ ଏବର୍ଷ ଅଧିକ ସଂଖ୍ୟାରେ ଗଛ ଲଗାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ଭଞ୍ଜନଗର ତୁଳସିପଲ୍ଲୀ କ୍ଷେତ୍ରମଣି ମଧ୍ୟ ଇଂରାଜୀ ବିଦ୍ୟାପୀଠରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଭଞ୍ଜନଗର ଦକ୍ଷିଣ ବନାଞ୍ଚଳ ଅଧିକାରୀ ଶ୍ରୀ ବିନୋଦ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ ଶୁଭାରମ୍ଭ କରିବା ସହିତ ବିଦ୍ୟାଳୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । କବି ଅଶୋକ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ପିଲାଙ୍କୁ ବୁଝାଇ ଥିଲେ । ସିଆରସିସି ଅନୁପମା ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ତେଜସ୍ମିତା ଶତପଥୀ ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post