ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ, କୋଦଳା ରେ ଜାତୀୟ ସେବା ଯୋଜନା ତରଫରୁ ବନମହୋତ୍ସବ ପାଳିତ

 


କୋଦଳା:ମୋ ନିୟୁଜ ଓଡିଶା ଶନିବାର ଦିନ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ କୋଦଳା ପରିସରରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଙ୍କ ପୌରହିତ୍ୟରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। କାର୍ଯକ୍ରମ ରେ କୋଦଳା ବନପାଳ  ଶ୍ରୀଯୁକ୍ତ ଅଭିରାମ ଖିଲା ମୁଖ୍ୟଅତିଥି ଭାବେ ଯୋଗଦେଇ ବୃକ୍ଷ ହିଁ ଜୀବନ ଓ ତାର ସୁରକ୍ଷା ରେ ବ୍ରତୀ ହେବା ନିମନ୍ତେ ପ୍ରେରଣା ଦେଇଥିଲେ । ଅଧକ୍ଷ ରଘୁନାଥ ମୁଦୁଲି ଛାତ୍ରଛାତ୍ରୀ ମାନଙ୍କୁ ବନହୋତ୍ସବ ର ତାତ୍ପଯ୍ୟ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବନରକ୍ଷକ ଶ୍ରୀଯୁକ୍ତ ଅବିନାଶ କହଁର ଏବଂ ଅନିତା କୁମାରୀ ସେଠୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯକ୍ରମ ଆରମ୍ଭ ରେ ଡକ୍ଟର ବିଷ୍ଣୁ ନାରାୟଣ ସେଠୀ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ବିଷୟ ରେ ବର୍ଣ୍ଣନା କରିଥିଲେ। ଜାତୀୟ ସେବା ଯୋଜନା ର ସଂଯୋଜକ ଓ ସଂଯୋଜିକା ଡକ୍ଟର ପ୍ରଦୀପ କୁମାର ପଣ୍ଡା (ପୁରୁଷ ବିଭାଗ), ଶ୍ରୀମତୀ ସାଗରିକା ଦାସ (ମହିଳା ବିଭାଗ) ଆଜିର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଇତିହାସ ଅଧ୍ୟାପକ ସପନ କୁମାର ଦାଶ ଗୀତ ମାଧ୍ୟମ ରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସଚେତନତା ଜାଗୃତ କରିଥିଲେ। ପରେ ପରେ ଅଧକ୍ଷ, ବନପାଳ, ବନରକ୍ଷକ ଓ କାର୍ଯ୍ୟକ୍ରମ ର ସଂଯୋଜକ, ସଂଯୋଜିକା ଓ ସମସ୍ତ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ମହାବିଦ୍ୟାଳୟ ପରିସରରେ ଶତାଧିକ ବୃକ୍ଷରୋପଣ କରାଯାଇଥିଲା।

Post a Comment

Previous Post Next Post