ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ସ୍କାଉଟ ଗାଇଡ ଛାତ୍ର ଛାତ୍ରୀଙ୍କ ଦ୍ୱାରା ବୃକ୍ଷ ରୋପଣ

( *ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )*

ବ୍ରହ୍ମପୁର : ମୋ ନିୟୁଜ ଓଡିଶା ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ଆମ୍ବପୁଆ ସ୍ଥିତ ସେଣ୍ଟ ଜାଭିୟର ସିନିୟର୍ ସେକେଣ୍ଡାରୀ ହାଇସ୍କୁଲର ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀଙ୍କ ଦ୍ଵାରା ବନ ସପ୍ତାହ ଅବସରରେ ବୃକ୍ଷ ରୋପଣ  କରାଯାଇଥିଲା । ସେହି ପରୀ  ଏଠାରେ ଛାତ୍ର ଛାତ୍ରୀ ମାନେ ବୃକ୍ଷ୍ ରୋପଣ ର ଆବଶ୍ୟକତା ନେଇ ସଚେତନ କରିଥିଲେ ।   ଏପରୀ କାର୍ଯ୍ୟକ୍ରମ ରେ  ଛାତ୍ରଛାତ୍ରୀ ମାନେ ଉତ୍ସାହ ସହ ସାମିଲ୍ ହୋଇଥିଲେ  l ଏଥିରେ ଗାଇଡ ଶିକ୍ଷୟତ୍ରୀ ମମତା ପଟ୍ଟନାୟକ, ଶାରୀରିକ ଶିକ୍ଷକ ବିଶ୍ୱ ବନ୍ଧୁ ପାଢ଼ୀ, ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ  ସହଯୋଗ କରିଥିଲେ l ଏପରି କାର୍ଯ୍ୟ ପାଇଁ ସ୍କୁଲର ଚେୟାରମେନ ଡ.ଗୌରୀ ଶଙ୍କର ପଣ୍ଡା, ଅଧ୍ୟକ୍ଷା ଉଷାରାଣୀ ପଟ୍ଟନାୟକ , ଉପାଧ୍ୟକ୍ଷ! ପ୍ରକାଶ ପଲାଇ ନିର୍ଦେଶକ ଇଂ କୁନାଲ କୌଶିକ ପଣ୍ଡା, ସହକାରୀ ନିର୍ଦ୍ଦେଶକ ରାହୁଲ ରାଜ ପଣ୍ଡା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ କୃତଜ୍ଞତା ଜଣାଇଥିଲେ । ସ୍କୁଲ ର ମଧୁସ୍ମିତା ରଥ, ସନ୍ତୋଷ କୁମାର ପଣ୍ଡା, ପୀତବାସ ନାୟକ,ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , କର୍ମଚାରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

Post a Comment

Previous Post Next Post