ମୋ ନିୟୁଜ ଓଡିଶା ରଥଯାତ୍ରା ଆସିଲେ ବ୍ରହ୍ମପୁରର ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ପ୍ରତିବର୍ଷ କାଳିଆ ଠାକୁର ପାଇଁ ତିଆରି କରିଥାନ୍ତି ରଥ। ଚଳିତ ବର୍ଷ ମଧ୍ୟ ଏକ କ୍ଷୁଦ୍ରତମ ରଥ ନିର୍ମାଣ କରି ବେଶ୍ ପ୍ରଶଂସା ସାଉଁଟିଛନ୍ତି। ବିଶ୍ବର ସବୁଠୁ ଛୋଟ ରଥ କରିସାରିବା ପରେ କାଳିଆ ପାଇଁ ବିଭିନ୍ନ ସାମଗ୍ରୀରେ ରଥ କରିଚାଲିଛନ୍ତି ସତ୍ୟ। ଚଳିତ ବର୍ଷ ରଥଯାତ୍ରା ଅବସରର ସତ୍ୟ ଦିଆସିଲ କାଠିରେ ନିର୍ମାଣ କରିଛନ୍ତି ନନ୍ଦିଘୋଷ ରଥ। ଅଭିକଳ ୧୬ ଚକ, ୪ ଘୋଡ଼ା, ୨ ଓଲଟ ଶୁଆ, ଦଧନଉତି, ସାରଥୀ ପତିତପାବନ ବାନା ଏବଂ ମହାପ୍ରଭୁ ରହିଛନ୍ତି। ଅତିଛୋଟ ହେଲେ ସୁଦ୍ଧା ରଥ ଟି ବହୁତ୍ ସୁନ୍ଦର ଭାବେ ଗଢ଼ିଛନ୍ତି ସତ୍ୟ। ଯାହାର ଉଚ୍ଚତା ୩ ଇଞ୍ଚ ଓ ଓସାର ୨ ଇଞ୍ଚ ରହିଛି। ଏହାକୁ ତିଆରି କରିବାକୁ ସତ୍ୟଙ୍କୁ ଗୋଟିଏ ଦିନ ଲାଗିଥିଲା। ଏହା ସହ କୋଲ୍ଡ ଡ୍ରିଙ୍କ୍ ଡବାରେ ଜଗନ୍ନାଥ ତିଆରି କରିଛନ୍ତି।
Tags:
ଆଞ୍ଚଳିକ


