ସ୍କୁଲ ପିଲାଙ୍କ ଗାଡି ଚାଳନା , ଭିଡିଓ ଭାଇରାଲ୍ , ପିଲାଙ୍କୁ ଗାଡି ଦେଇ ଅଡୁଆରେ ଶିକ୍ଷକ !

 *(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )*

ବୁଗୁଡା ମୋ ନିୟୁଜ ଓଡିଶା :  ଆଜି କାଲି ଜାଣି ଶୁଣି ଅନ୍ଧ ପାଲଟିଥିବା ଭୂଲର ଶିକାର ହେଉଛନ୍ତି  ଜନସାଧାରଣ ? ବିନା ହେଲମେଟରେ କୌଣସି ନାବାଳକ ଗାଡି ଚାଳନା କରିବା ନିଶ୍ଚିତ ରୂପେ ଏକ ଅନୁଚିତ କାର୍ଯ୍ୟ ଅଟେ । ଅନ୍ୟପକ୍ଷରେ ନାବାଳକ ତଥା ସ୍କୁଲ ପିଲାଙ୍କ ହାତରେ ଗାଡି ଧରାଇବା ମଧ୍ୟ ବଡମାନଙ୍କର ଏକ ଅବିବେକୀ କାର୍ଯ୍ୟ ଅଟେ । ଏ ନେଇ ଅନେକ ସମୟରେ ବିଭିନ୍ନ ଅନୁଷ୍ଠାନ ଓ ପ୍ରଶାସନ ପକ୍ଷରୁ ଜନସଚେତନତା ସୃଷ୍ଟି କରାଯାଉଥିଲେ ହେଁ କେତେକ କ୍ଷେତ୍ରରେ ତାହାର ସୁଫଳ ମିଳିପାରୁନାହିଁ । ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ ବୁଗୁଡା ବ୍ଲକର ପାଣିକେଶର ଗ୍ରାମସ୍ଥ  ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି  । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଥିବା ଏହି ବିଦ୍ୟାଳୟର ଦୁଇ ଜଣ ଛାତ୍ର ସ୍କୁଲରୁ ଗାଡିରେ ବାହାରି ପୁଣି କିଛି ସମୟ ପରେ ସ୍କୁଲକୁ ଫେରିଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ପରେ ସାଧାରଣରେ ଚର୍ଚ୍ଚାର ପରିସରକୁ ଆସି ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି । ଘଟଣାରୁ ଜଣା ପଡିଛି ଯେ, ଛାତ୍ର ଦୁଇ ଜଣ ସ୍କୁଲ କାମରେ ଜେରକ୍ସ କରିବା ପାଇଁ ଗାଡି ଧରି ବାହାରକୁ ଯାଇଥିଲେ । ଯେଉଁ ଶିକ୍ଷକ ସ୍କୁଲ ପିଲାଙ୍କୁ ଗାଡି ନ ଚଳାଇବା ପାଇଁ ତାଗିଦ୍ କରିବା କଥା ସେ କିପରି ଅବିବେକୀ ହୋଇ ସ୍କୁଲ ପିଲାଙ୍କ ହାତରେ ଗାଡି ଧରାଇ ଦେଉଛନ୍ତି ତାହାକୁ ନେଇ ଅଭିଭାବକ ଏବଂ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଏ ନେଇ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଖବର ପହଞ୍ଚିଛି । ତେବେ ଏହି ଚର୍ଚ୍ଚିତ ଘଟଣାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏବିଇଓ ଅମିତା କୁମାରୀ ପାଢୀ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

Post a Comment

Previous Post Next Post