ସାହାରା ଇଣ୍ଡିଆ ଓଡ଼ିଶାର 20 ଲକ୍ଷ ଜମାକର୍ତ୍ତା, ଏଜେଣ୍ଟଙ୍କ ଠାରୁ ନେଇଥିବା 20 ହଜାର କୋଟି ଫେରସ୍ତ ପାଇଁ ଆନ୍ଦୋଳନ ଜରୁରୀ : ରବି ରଥ

( *ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର  ମୋ ନିୟୁଜ ଓଡିଶା : ସାହାରା ଇଣ୍ଡିଆ କମ୍ପାନୀ ରାଜ୍ୟର 20 ଲକ୍ଷ ଜମା କର୍ତ୍ତା ଓ ଏଜେଣ୍ଟଙ୍କଠାରୁ ସଂଗ୍ରହ କରି ନେଇଥିବା ପ୍ରାୟ 20 କୋଟି ହଜାର କୋଟି ଟଙ୍କାର ଜମା ରାଶି ଫେରସ୍ତ ଦିଗରେ ଦୃଢ ଓ ତ୍ଵରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାହାରା ଜମାକାରୀ ମଞ୍ଚ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ଏ ନେଇ ମଞ୍ଚ ପକ୍ଷରୁ  ସ୍ଥାନୀୟ ନବୀନ ଭବନ ପରିସରରେ ସାଧାରଣ ପରିଷଦ ବୈଠକ ବିଜୟ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ବରିଷ୍ଠ ସାମ୍ୱାଦିକ ତଥା ନବୀନର ସମ୍ପାଦକ ରବି ରଥ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ତାଙ୍କ ଭାଷଣରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁ ଜମାକାରୀମାନେ ତାଙ୍କ ସୁଫଳ ପାଇପାରୁନାହାନ୍ତି। ଶ୍ରୀ ରଥ କହିଲେ  ସାହାରା ଭଳି ବଡ଼ ବଡ଼ କମ୍ପାନୀ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଫଳରେ 2019 ମସିହାରୁ ଧାରାବାହିକ ଭାବେ 5 ବର୍ଷ ଧରି ଲଗାତର ଦାବି କରି ଆସୁଥିବା କ୍ଷତିଗ୍ରସ୍ତମାନଙ୍କୁ ସହାୟତା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଅନ୍ୟାନ୍ୟ ରାଜ୍ୟରେ ସାହାରା କମ୍ପାନୀ ବିରୋଧରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କିନ୍ତୁ ଓଡ଼ିଶାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ଶ୍ରୀ ରଥ ପ୍ରକାଶ କରିବା ସହ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ବିଧାୟକ ଓ ସମସ୍ତ ସାଂସଦଙ୍କ ଦୃଷ୍ଟିଆକର୍ଷଣ କରାଯିବା ସହିତ ବ୍ୟାପକ ଜନମତ ସୃଷ୍ଟି କରାଯିବ ବୋଲି ଆହ୍ୱାନ ଦେଇଥିଲେ।  ବୈଠକରେ ମଞ୍ଚ ପକ୍ଷରୁ 8 ଦଫା ଦାବି ସମୂହ ଉପରେ ଆଲୋଚନା ହୋଇଥିଲା ଦାବି ଗୁଡିକ ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣୀତ ଓପିଆଇଡି ଆଇନ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୀତ ବିୟୁଡିଏସ ଆଇନ 2019 ଅନୁସାରେ ଜମାକର୍ତ୍ତାଙ୍କୁ ଜମା ରାଶି ଫେରସ୍ତ ପାଇଁ ପଦକ୍ଷେପ, ଅର୍ଥନୈତିକ ଅପରାଧ ଶାଖା ଓ ଥାନାରେ ଅଭିଯୋଗ ହୋଇଥିବା କମ୍ପାନୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଟଙ୍କା ଫେରସ୍ତ ପୋର୍ଟାଲରେ ଅର୍ଥ ଫେରସ୍ତ ପ୍ରକ୍ରିୟା ସରଳୀକରଣ, ମୃତୁ୍ୟବରଣ କରିଥିବା ଜମା କର୍ତ୍ତା ଓ ଏଜେଣ୍ଟଙ୍କ ଉତ୍ତରାଧିକାରୀଙ୍କୁ ପ୍ରାପ୍ୟ ପ୍ରଦାନ, ସ୍କିମ ବାବଦରେ ଗ୍ରହଣ କରିଥିବା ଟଙ୍କାର ଡାଟାବେସ ସରକାରଙ୍କୁ ପ୍ରଦାନ, ସ୍କିମ ଜରିଆରେ ସଂଗୃହୀତ ଜମା ରାଶିକୁ ସୁଧ ସହ ଫେରସ୍ତ, ଜମାକର୍ତ୍ତା ଓ ଏଜେଣ୍ଟ ମାନଙ୍କର ସମ୍ପୂର୍ଣ୍ଣ ଦେୟ ଫେରନ୍ତ ନ ହେବା ପର୍ଯ୍ୟନ୍ତ ସାହାରା ଇଣ୍ଡିଆର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ମାଲିକାନାରେ ବ୍ରହ୍ମପୁର ଗୋପାଳପୁର ରାସ୍ତାରେ ଥିବା 40.97 ଏକର ଜମି ଓ ଭୁବନେଶ୍ଵର କଟକ ରାସ୍ତାରେ ଗୋପାଳପୁରଠାରେ ରହିଥିବା 65.43 ଏକର ଜମି ଉପରେ ହେବାକୁ ଥିବା ସମସ୍ତ ପ୍ରକାର କାରବାରକୁ ରାଜ୍ୟ ସରକାର ନିଷିଦ୍ଧ କରିବାକୁ ଦାବି ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ବିରଞ୍ଚି ପାଢି, ବସନ୍ତ ଚୈାଧୁରୀ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଓ ଚିତ୍ରସେନ ପ୍ରଧାନଙ୍କ ସମେତ ମଂଚର ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Post a Comment

Previous Post Next Post