ସୋରଡା ବିଧାୟକଙ୍କୁ ଫ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀଙ୍କ ସୌଜନ୍ୟମୂଳକ ସାକ୍ଷାତ

 


(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବେଲଗୁଣ୍ଠା ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ ସୋରଡ଼ା ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ନୀଳମଣି ବିଷୋୟୀଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି I ଅନୁଷ୍ଠାନ ଅଧ୍ୟକ୍ଷା ମାମା ପରିଡ଼ାଙ୍କ ସମେତ ଅଧ୍ୟାପକ କୈଳାସ ଚନ୍ଦ୍ର ପାଢୀ,କିରାଣୀ ରାମକୃଷ୍ଣ ପାତ୍ର, ରବୀନ୍ଦ୍ର ଗୌଡ଼, କର୍ମଚାରୀ ସନ୍ନ୍ୟାସୀ ପାତ୍ର, ଅଞ୍ଜଳି ପାତ୍ର, ନଳିନୀ ଜେନା ପ୍ରମୁଖ ବିଧାୟକ ଶ୍ରୀ ବିଷୋୟୀଙ୍କୁ ସାକ୍ଷାତ କରିବା ସହ ଫୁଲତୋଡ଼ା ଏବଂ ଉପଢ଼ୌକନ ଦେଇ ଶୁଭେଚ୍ଛା ଜଣାଇଥିଲେ I ଏହି ଅବସରରେ ବିଧାୟକ ଶ୍ରୀ ବିଷୋୟୀ ଅଧ୍ୟକ୍ଷା ମାମା ପରିଡ଼ାଙ୍କୁ ଅନୁଷ୍ଠାନର ଶୈକ୍ଷିକ ସମସ୍ୟା, କର୍ମଚାରୀ ସମସ୍ୟା,ଛାତ୍ରୀଙ୍କ ସଂଖ୍ୟା ଏବଂ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିବା ସହିତ ଅନୁଷ୍ଠାନର ସମସ୍ୟା ଗୁଡ଼ିକୁ ସମାଧାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃ୍ତି ଦେଇଥିଲେ I

Post a Comment

Previous Post Next Post