ଗଞ୍ଜାମ ଜିଲ୍ଲା ମୋ ନିୟୁଜ ଓଡିଶା କବିସୂର୍ଯ୍ୟନଗର ଥାନା ଖୈରପଲ୍ଲୀ ଗ୍ରାମ ହଦ ନିକଟ ରୁ ଆଜି ସକାଳୁ ଜଣେ ମହିଳା ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି l ଗୁରୁତର ମହିଳା ବୁଗୁଡ଼ା ଅଞ୍ଚଳର ବିଷ୍ନୁପ୍ରିୟା ଗୌଡ଼ ହୋଇଥିବା ବେଳେ ଗତକାଲି ଅପରାହ୍ନ ରୁ ଚାରି ରୁ ଉର୍ଦ୍ଧ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ତାଙ୍କୁ ଖଇରପଲ୍ଲୀ ଗ୍ରାମ ନିକଟ ପାହାଡ଼ରେ ରଖି ମାଡାମରିବା ସହିତ ଗଣଦୁଷ୍କର୍ମ ପରେ ଯୌନାଙ୍ଗ ରେ ମଦ ବୋତଲ ପୁରାଇଦେଇ ଥିବା ମହିଳା କହିଛନ୍ତି l ତେବେ ଗଞ୍ଜାଇ ବ୍ୟବସାୟ କୁ କେନ୍ଦ୍ରକରି ମହିଳା ଙ୍କୁ ଆକ୍ରମଣ ହୋଇଥିବା ବେଳେ ଗତକାଲି ଠାରୁ ମହିଳା ଙ୍କୁ ନିର୍ଯ୍ୟାତନା ପରେ ଆଜି ସକାଳୁ ହଦ ନିକଟରେ ମହିଳା ମୁମୃଷ ଅବସ୍ଥାରେ ପଡ଼ିଥିବା ବେଳେ ପୋଲିସ ଖବରପାଇ ଉଦ୍ଧାରକରି କବିସୂର୍ଯ୍ୟନଗର ମେଡ଼ିକାଲରେ ଭର୍ତି କରିଥିବା ଦେଖିବାକୁ ମିଳିଛି l ତେବେ ଆକ୍ରମଣ କାରୀଙ୍କ ମଧ୍ୟରୁ ଦୁଇଜଣ ବାବନପୁର ଅଞ୍ଚଳର ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି l କିଛି ମାସପୂର୍ବରୁ କୋଦଳା ନିକଟ ଛଚିନା ଗ୍ରାମ ଛକ ପାଖରୁ ଗଞ୍ଜେଇ ବ୍ୟବସାୟ କୁ କେନ୍ଦ୍ରକରି ଜଣେ ଯୁବକୁ ଦୁର୍ବୁତ୍ତ ମାନେ ଅପହରଣ କରି ହତ୍ୟାକରିବା ପରେ ନିକଟ ଏକେ ବୁଦାକୁ ଫୋପାଡ଼ି ଦେଇଥିଲେ l ଘଟଣା କୁ କିଛିମାସ ନବୀତୁଣୁ ପୁଣି ଆଉଏକ ସମାନ ଘଟଣାର ପୁନରାବୃତ୍ତି ହୋଇଥିବା ଆଲୋଚନା ହେଉଛି l
Tags:
ମୁଖ୍ୟ ଖବର


