ପଦ୍ମନାଭପୁର ଗ୍ରାମରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ପାଳନ

 

(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ଦିଗପହଣ୍ଡି  ମୋ ନିୟୁଜ ଓଡିଶା : ଓଡିଶାର ଇଷ୍ଟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଓଡିଶାର ନୁହେଁ ସେ ସମଗ୍ର ବିଶ୍ୱର ଦେବତା। ତାଙ୍କ ପାଇଁ ଵାର ମାସରେ ତେର ପର୍ବ ପାଳିତ ହୁଏ। ତେଣୁ ଏହି ସଵୁ ପର୍ବପର୍ବାଣୀ ମଧ୍ୟରୁ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଏକ ମୁଖ୍ୟ ପର୍ବ। ପ୍ରତି ବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୁଏ। ଏହି ଯାତ୍ରାକୁ ଶ୍ରୀ ଗୁଣ୍ଡିଚା ଯାତ୍ରା ଓ ଘୋଷଯାତ୍ରା ମଧ୍ୟ କୁହାଯାଏ। ଏହି ଦିନ ପ୍ରଭୁ ଜଗନ୍ନାଥ , ବଳଭଦ୍ର, ଓ ଦେବୀ ସୁଭଦ୍ରା ତିନୋଟି ରଥରେ ବସି ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ଆଜି ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ନିକଟସ୍ଥ କମା ପଦ୍ମନାଭପୁର ଗ୍ରାମର କମାସାହି ରେ ଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ରଥଯାତ୍ରା ପାଳନ କରାଯାଇଥିଲା । ପ୍ରଥମେ ବଳଭଦ୍ର, ଦ୍ଵିତୀୟରେ ସୁଭଦ୍ରା, ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ସୁଦର୍ଶନଙ୍କୁ  ଘଣ୍ଟ , ଘଣ୍ଟା,  ଶଙ୍ଖ, କୀର୍ତ୍ତନ, ହରିବୋଲ , ହୁଳହୁଳି ଧ୍ୱନୀରେ ୩ ଠାକୁରଙ୍କୁ ୩ ଥର ପହଣ୍ଡି ବିଜେ କରାଯାଇ ଠାକୁର ମାନଙ୍କୁ ରଥ ଉପରକୁ ନିଆଯାଇଥିଲା। ଜଗନ୍ନାଥ ମନ୍ଦିର ର ମୁଖ୍ୟ ପୂଜକ ଗୈାରାଙ୍ଗ ଚରଣଙ୍କ ଦ୍ଵାର ତିନି ଠାକୁରଙ୍କୁ ସମସ୍ତ ରିତିନୀତି ଅନୁଯାୟୀ ପୂଜାବିଧି , ଓ ଆଳତୀ କରିସାରିବା ପରେ ପଦ୍ମନାଭପୁର ଗ୍ରାମ ଓ ଆଖପାଖ ଗ୍ରାମ ଅଞ୍ଚଳର ସମସ୍ତ ଭକ୍ତମାନଙ୍କ ସହଯୋଗରେ ରଥଟଣା କାର୍ଯ୍ୟକ୍ରମ କରାଯାଇଥିଲା।  ଶ୍ରୀ ଜଗନ୍ନାଥ ହେଲେ ଭକ୍ତ ବଛ୍ଳଳ ଭକ୍ତଟିଏ ଯେପରି ଶ୍ରଦ୍ଧାରେ ଧାଇଁ ଆସେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ସେହିପରି ବଡ଼ଠାକୁର ମଧ୍ୟ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ନିଜର ଲକ୍ଷ ଲକ୍ଷ ଭକ୍ତମାନଙ୍କୁ ଭେଟିବା ପାଇଁ ବଡ଼ଦେଉଳ ଛାଡି ଛାଲିଆସନ୍ତି ନିଜ ଭକ୍ତ ଗ୍ରହଣକୁ । ଏ ସାରା ପୃଥିବୀକୁ ମାନବବାଦ ସମାନତା ଏବଂ ବିଶ୍ବ  ଭାତୃତ୍ବର ସଂଦେଶ ଦେଇଥାଏ। ପୁରାଣରେ ବର୍ଣ୍ଣିତ ଅଛି, ଶ୍ରୀ ଜଗନ୍ନାଥଙ୍କୁ ରଥରେ ଦର୍ଶନ କଲେ ପୂଜଜନ୍ମ ହୁଏନାହିଁ। ପ୍ରତିବର୍ଷ ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ଦେଖିବା ପାଇଁ ପଦ୍ମନାଭପୁର ଏବଂ ଆଖପାଖ ଗ୍ରାମ ଅଂଚଳରୁ ବହୁ ଭକ୍ତ ଆସନ୍ତି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ  ପୋଲିସ ବାହିନୀକୁ ନିଯୁକ୍ତି କରାଯାଇଥାଏ। ପରିଶେଷରେ ଏହି ରଥଟଣା କାର୍ଯ୍ୟକ୍ରମରେ ସଙ୍ଗିତରାଓ ଚନ୍ଦ୍ରଶେଖର , ସଙ୍ଗିତରାଓ ଲାଷ୍ମଣା ରାଓ , ନିଷ୍ଠାଲା ମାହେଶ୍ୱରା ରାଓ , ନିଷ୍ଠାଲା ଚଦ୍ରଶେଖର , ସଙ୍ଗିତରାଓ ରବିକୁମାର ଶର୍ମା , ସଙ୍ଗିତରାଓ ସୀତାରାମ ମୂର୍ତ୍ତି , ସଙ୍ଗିତରାଓ ମହେଶ୍ୱର ରାଓ , ନିଷ୍ଠାଲା ରବିକୁମାର , ନିଷ୍ଠାଲା ୱେଙ୍କାଟାବିଜୟ କୁମାର , ନିଷ୍ଠାଲା ଶ୍ରୀନୁବାସ , ନିଷ୍ଠାଲା, ଶିବାରାମାକ୍ରିଷ୍ଣା , ଶ୍ରୀପାଦା  ନାରାସିଂହା ରାଓ , ରାବି ସତ୍ୟନାରାୟଣ ମୂର୍ତ୍ତି , ନିଷ୍ଠାଲା ଗଣେଶ  ସହିତ ସମସ୍ତ ଦଇତାପତି  ଏବଂ ଗ୍ରାମବାସୀ ଓ ଆଖପାଖ ଅଞ୍ଚଳର ଭକ୍ତ ମାନଙ୍କ ସହଯୋଗ ରେ ଶାନ୍ତି ଶୃଙ୍ଖଳାର ସହିତ ଅତି ଆଡ଼ମ୍ବର ସହକାରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ପାଳନ କରାଯାଇଥିଲା।

Post a Comment

Previous Post Next Post