(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବୁଗୁଡ଼ା ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସ୍ଥାନୀୟ ମୁଖ୍ୟ ସଡକ ସହ ଅରବିନ୍ଦ ନଗରକୁ ସଂଯୋଗ କରୁଥିବା ରାସ୍ତାରେ ରହିଥିବା ଗ୍ରତ ସ୍ଥାନୀୟ ବାସିନ୍ଦାଙ୍କ ସମେତ ଅନ୍ୟମାନଙ୍କ ପାଇଁ ସମସ୍ଯାର କାରଣ ପାଲଟିଛି । ଯାନବାହାନ ଧରି ସେହି ରାସ୍ତାରେ ଯିବାବେଳେ ଗାଢ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଅରବିନ୍ଦ ନଗରରେ ଅନେକ କୋଚିଂ ସେଣ୍ଟର ରହିଥିବାରୁ ସେହି ରାସ୍ତା ଦେଇ ସ୍କୁଲ ଓ କଲେଜର ଶହ ଶହ ଛାତ୍ରଛାତ୍ରୀ ଦୈନିକ ଦୁଇ ବେଳା ଯିବାଆସିବା କରିବା ସମୟରେ ସେହି ଗ୍ରତ ଜାଗାରେ ହିଁ ସମସ୍ଯାରେ ପଡୁଛନ୍ତି । ଦୀର୍ଘ ଦିନ ହେଲା ସେହି ରାସ୍ତାରେ ଏଭଳି ଗାଢ ସୃଷ୍ଟି ହୋଇଥିଲେ ହେଁ ତାହା ସ୍ଥାନୀୟ ଏନ୍ଏସି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ବିଶେଷ କରି ବର୍ଷା ହେଉଥିବା ସମୟରେ ସେହି ଗାଢଟି ଜଳପୂର୍ଣ୍ଣ ରହୁଥିବାରୁ ପଦଚାରୀଙ୍କ ପାଇଁ ସମସ୍ଯା ସାଙ୍ଗକୁ ଯାନବାହାନ ଚାଳକଙ୍କ ପାଇଁ ବିପଦଜ୍ଜନକ ପରିସ୍ଥିତି ସୃଷ୍ଟି କରୁଛି । ଅନେକ ସମୟରେ ବିଭିନ୍ନ ଯାନବାହାନ ସେଠାରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ତେଣୁ , ଅରବିନ୍ଦ ନଗର ରାସ୍ତାରେ ରହିଥିବା ସେହି ବିପଦ ଆହ୍ବାନକାରୀ ଗାଢ଼କୁ ମରାମତି କରିବା ଦିଗରେ ଯଥାଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଏନ୍ଏସି କର୍ତ୍ତୃପକ୍ଷଙ୍କ ନିକଟରେ ଜନସାଧାରଣଙ୍କ ପକ୍ଷରୁ ଦୃଢ ଦାବି ହେଉଛି ।


