(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଓଡ଼ିଆ ସ୍ୱାଭିମାନ ଜାଗରଣ ଫେଡେରେସନ ର ଏକ ମିଳିତ ବୈଠକ ବ୍ରଜନଗର ସ୍ଥିଥ ଏକ ସଭା ଗୃହରେ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯଇଅଛି। ପ୍ରାରମ୍ଭରେ ଉକ୍ତ ବୈଠକରେ ସହର ତଳି କମିଟିର ପରଲୋକଗତ ଚାରି ଜଣ ସଦସ୍ୟ ଡ ଭାରତୀ ମିଶ୍ର, କଲ୍ୟାଣୀ ଦାସ, ପ୍ରଫୁଲ୍ଲ କୁମାର ସାହୁ ଓ ପ୍ରତିଭା ରାଣୀ ଷଡ଼ଙ୍ଗୀଙ୍କ ପବିତ୍ର ଆତ୍ମାର ସଦଗତି ନିମନ୍ତେ କମିଟି ସମ୍ପାଦକ ଡ ଶିବ ପ୍ରସାଦ ମିଶ୍ର ଶୋକ ପ୍ରସ୍ତାବ ରଖିଥିଲେ ଏବଂ ତତ୍ପରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଶୋକ ପ୍ରସ୍ତାବ ପାସ୍ କରାଯାଇଥିଲା। ବୈଠକରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଆଗାମୀ କାର୍ଯ୍ୟପନ୍ଥା ଏବଂ ଏ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ରାଜ୍ୟରେ ବର୍ତ୍ତମାନ ଲୋକଙ୍କ ସରକାର କୁହାଯାଉଥିବା ମୋହନ ମାଝୀଙ୍କ ନେତୃତ୍ଵାଧୀନ ଦରକାର ଗଠନ ହେଇଥିବାରୁ ସହର ତଳି ଅଞ୍ଚଳର ମିଶ୍ରଣ ନେଇ କୌଣସି ଅସୁବିଧା ହେବ ନାହିଁ ବୋଲି କମିଟି ସଦସ୍ୟ ମାନେ ଆଶା ବ୍ୟକ୍ତ କରିଥିଲେ। ଏଠାରୁ ନିର୍ବାଚିତ ହୋଇଥିବା ନୂତନ ଜନ ପ୍ରତିନିଧି ସାଂସଦ ଓ ବିଧାୟକ ପ୍ରତିଶ୍ରୁତି ମୁତାବକ କାର୍ଯ୍ୟ କରି ସହର ତଳି ଅଞ୍ଚଳକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କର ଏହାକୁ ଏକ ଶ୍ରେଷ୍ଠ, ସମୃଦ୍ଧିଶାଳୀ, ବିକଶିତ ଓ ପୂର୍ଣ୍ଣାଙ୍ଗ ବୃହତ୍ତର ମହାନଗର ନିଗମରେ ରୂପାନ୍ତରିତ କରିବା ନିମନ୍ତେ ପଦକ୍ଷେପ ନିଅନ୍ତୁ ବୋଲି କମିଟି ତରଫରୁ ଆହ୍ଵାନ ଦିଆଯାଇଛି। ରାଜନୈତିକ ଭାବରେ ବିଜେଡି ସରକାରକୁ ହଟେଇ ଗଞ୍ଜାମ ଓ ବ୍ରହ୍ମପୁର ବାସୀ ଲେଖା ଛିଣ୍ଡେଇ ଦେଲେ। ଏକ ନୁତ୍ୱନ୍ଵତ ଓ ପରିବର୍ତ୍ତନର ଆଶା ଓ ଲକ୍ଷ୍ୟ ନେଇ ସହର ତଳି ଅଞ୍ଚଳ, ଏହାର ବାସିନ୍ଦା ଓ ସହର ତଳି କମିଟି ଆପଣ ମାନଙ୍କୁ ଖୋଲା ଖୋଲି ଭାବରେ ପୂର୍ଣ୍ଣ ଓ ଅକୁଣ୍ଠ ସମର୍ଥନ ଯୋଗାଇ ଦେଇଥିଲା ଏବେ ଆପଣ ମାନଙ୍କ ପାଳି,ଆପଣ ମାନେ ସହର ତଳି ଅଞ୍ଚଳ କୁ ମହାନଗର ନିଗମରେ ସାମିଲ କରି ଆମ ଲେଖା ମଧ୍ୟ ଛିଡେଇ ଦିଅନ୍ତୁ ବୋଲି ଅନୁରୋଧ କରି କମିଟି ସଦସ୍ୟ ମାନେ ବୈଠକରେ ଦାବୀ ରଖିଥଲେ। ଏକ ଉନ୍ନତ ଓ ପ୍ରଗତିଶୀଳ ପରିବର୍ଦ୍ଧିତ ବ୍ରହ୍ମପୁର ଗଠନ କରିବା ନିମନ୍ତେ କମିଟି ବଜ୍ର ଶପଥ ନେଇଛି ଓ ଏ ଦିଗରେ ବିଭିନ୍ନ ପଦକ୍ଷେପ ଜରିଆରେ ଉଦ୍ୟମ ଜାରି ରଖିଛୁ ବୋଲି ଉପଦେଷ୍ଟା ପ୍ରଫେସର ଡ ରଙ୍ଗନାଥ ମିଶ୍ର ପ୍ରକାଶ କରିଥିଲେ। ସରକାର ପରିବର୍ତ୍ତନ ହୋଇ ଗୋଟିଏ ଦଳ ଓ ବ୍ୟକ୍ତି ଯାଇ ଆଉ ଗୋଟିଏ ଦଳ ଓ ବ୍ୟକ୍ତି ତାରି ସ୍ଥାନ ନେଇଗଲେ ପରିବର୍ତ୍ତନ ଆପେ ଆପେ ଆସି ଯାଏ ନାହି। ଏଥିପାଇଁ ତ୍ୱରିତ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଦରକାର। ଖୁବ୍ ଶୀଘ୍ର କମିଟି ନୂତନ ନିର୍ବାଚିତ ପ୍ରତନିଧି ମାନଙ୍କ ନିମନ୍ତେ ବ୍ରଜନଗର ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରି ନିଜ ଦାବୀ ଗୁଡ଼ିକ ରଖିବ ବୋଳି ଆଜିର ବୈଠକରେ ସ୍ଥିର ହୋଇଛି । ବୈଠକରେ ସଭାପତି ଓ ସଂପାଦକଙ୍କ ବ୍ୟତୀତ ଉପଦେଷ୍ଟା ସୁବାଷ ପାତ୍ର, ଇ ଟି ରାଓ, ପ୍ରବୀଣ କୁମାର ପଟ୍ଟନାୟକ ଓ ଅଶ୍ୱିନ ସାହୁ ମଞ୍ଚାସିଁନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ନାରାୟଣ ଚନ୍ଦ୍ର ପାଇଛା ,ଉପ ସଭାପତି ଦେବୀ ପ୍ରସାଦ ଦାସ, ଯୁଗ୍ମ ସମ୍ପାଦକ ଟି ସୁଦେଶ ପାତ୍ର, ସହ ସମ୍ପାଦକ ବି ଭି ସାଗର, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରି, ଅଫିସ ସମ୍ପାଦକ ଦିଗାମ୍ବର ସାମନ୍ତରାୟ, ସହ ସଂଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ, ଉପ ସଂଗଠନ ସମ୍ପାଦକ ଅନିଲ ଅଧିକାରୀ, ସଂଯୋଜକ ସି ଏଚ ରାମ କ୍ରିଷ୍ଟ ଦାସ, ସହ ସଂଯୋଜକ ଶ୍ରିମନ୍ତ ପାଣିଗ୍ରାହୀ , ଶରତ ଚନ୍ଦ୍ର ପଟ୍ଟନାୟକ , ପ୍ରିତିଶ ପାଣିଗ୍ରାହୀ, ଆଦିତ୍ୟ ରଥ,ଲକ୍ଷ୍ମୀ କାନ୍ତ ଜେନା, ଚନ୍ଦ୍ର ଶେଖର ରଥ , ସୁରେଶ ରଥ , ସୁଦର୍ଶନ ସାମଲ, ପି କେ ଦାସ, ରବୀନ୍ଦ୍ର କୁମାର ଜେନା, ପ୍ରଶାନ୍ତ କୁମାର ପଣ୍ଡା, ପ୍ରମୋଦ ଚନ୍ଦ୍ର ପାଢ଼ୀ, ଗରୀବ ବନ୍ଧୁ ପାଣିଗ୍ରାହୀ, ଉମା ପାତ୍ର ଓ ନାରାୟଣ ପାତ୍ର ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ଉପ ସଭାପତି ଦେବୀ ପ୍ରସାଦ ଦାସ ଧନ୍ୟବାଦ୍ ପ୍ରଦାନ କରିଥିଲେ।


