ଜିଲୁଣ୍ଡି ମା’ ବୈଷ୍ଣବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ

 


ଭଞ୍ଜନଗର ମୋ ନିୟୁଜ ଓଡିଶା : ବୃକ୍ଷ ହିଁ ଜୀବନ ଏବଂ ବୃକ୍ଷର ଉପକାରିତା ସମ୍ପର୍କରେ ସମସ୍ତେ ଜାଣି ଥିଲେ ମଧ୍ୟ ସରକାରସ୍ତରରେ କୁହାଯାଉ କିମ୍ବା ବ୍ୟକ୍ତି ବିଶେଷରେ କୁହାଯାଉ ଆଜି ଗଛ କାଟିବା ନୀତିଦିନ ହୋଇଗଲାଣି । ସରକାର ଯେତେ ଗଛ ଲଗାଉଛନ୍ତି ତାହାଠାରୁ ଅଧିକ ଗଛ କାଟୁଛନ୍ତି ସେ ରାସ୍ତା, ଅଫିସ ହେଉ କିମ୍ବା କଳକାରଖାନା । ଏପଟେ ଗଛ ଲଗାଇବା ପାଇଁ ସରକାର ତତ୍ପରତା ମଧ୍ୟ ଅଛନ୍ତି । ଏବେ ସାରା ଭାରତବର୍ଷରେ ୭୫ତମ ବନ ମହୋତ୍ସବ ପାଳନ କରାଯାଉଛି । ଏବର୍ଷର ସନ୍ଦେଶ ହେଲା ମାଆଙ୍କ ନାମରେ ଗଛଟିଏ । ସାମ୍ପ୍ରତିକ ସ୍ଥିତିରେ ଜଳବାୟୁରେ ଯେପରି ପରିବର୍ତ୍ତନ ଘଟି ବାୟୁମଣ୍ଡଳର ତାପମାତ୍ରା ବଢ଼ି ଚାଲିଛି ତାହା ମାନବ ସଭ୍ୟତା ପାଇଁ ସତର୍କ ଘଣ୍ଟି ନିଶ୍ଚୟ । ଏଣୁ ମାଆଙ୍କ ନାମରେ ଗଛଟିଏ ସନ୍ଦେଶ ରଖି ସରକାରଙ୍କ ତରଫରୁ ଏବର୍ଷ ଅଧିକ ସଂଖ୍ୟାରେ ଗଛ ଲଗାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ଜିଲୁଣ୍ଡିସ୍ଥିତ ମା’ ବୈଷ୍ଣବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରୋଜା ଲକ୍ଷ୍ମୀ ଦାଶଙ୍କ ତତ୍ତ୍ୱାବଧାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର କମିଟି ସଭାପତି ସିଂହାସନି ପ୍ରସାଦ ପତି ଏବଂ ସମାଜସେବୀ ଚିନ୍ମୟ କୁମାର ବେବର୍ତ୍ତା ଯୋଗଦେଇ ବୃକ୍ଷର ଆବଶ୍ୟକା ସମ୍ପର୍କରେ ଛାତ୍ରୀମାନଙ୍କୁ ବୁଝାଇଥିଲେ । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପରେ ବୃକ୍ଷରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । 

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post