ଅଭିଯୋଗ ଶୁଣାଣିରେ ସାଂସଦ ଓ ଏନଏସି ଅଧ୍ଯକ୍ଷ

 


ମୋ ନିୟୁଜ ଓଡିଶା ତୃଣମୂଳସ୍ତରରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣାଣୀ ବିଜେପି ସରକାରର ପ୍ରାଥମିକତା ହୋଇଥିବା ବେଳେ ଓ୍ବାର୍ଡ ସ୍ତରୀୟ ଅଭିଯୋଗ ଶୁଣାଣିରେ ଯୋଗ ଦେଇ ଲୋକମାନଙ୍କ ସମସ୍ଯା ବୁଝିଛନ୍ତି ଆସିକା ସାଂସଦ ଅନୀତା ଶୁଭଦର୍ଶନୀ ।ଗୁରୁବାର ଗଞ୍ଜାମ ଜିଲ୍ଲା କୋଦଳା ଏନଏସିର ବି ନୂଆପଲ୍ଲି ଠାରେ ଆୟୋଜିତ ଅଭିଯୋଗ ଶୁଣାଣିରେ ଯୋଗ ଦେଇଥିଲେ ଆସିକା ସାଂସଦ ଅନୀତା ଶୁଭଦର୍ଶନୀ ପଟ୍ଟନାୟକ ।କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଉପାଧ୍ୟକ୍ଷା ରଞ୍ଜିତା ସେଠୀ, କାଉନସିଲର ରୀତାଞ୍ଜଳୀ ମିଶ୍ରଙ୍କ ଉପସ୍ଥିତିରେ ଓ୍ବାର୍ଡର ବିଭିନ୍ନ ସମସ୍ଯାକୁ ନେଇ ଆଲୋଚନା ହୋଇଥିଲା। ଓ୍ବାର୍ଡ ବାସୀ ବିଭିନ୍ନ ଅଭିଯୋଗ ସଂପର୍କରେ ସାଂସଦଙ୍କୁ ଅବଗତ କରାଇଥିଲେ।ସମସ୍ତ ଅଭିଯୋଗ ଗୁଡିକୁ ଶୁଣି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ସାଂସଦ ।ଆଗାମୀ ଦିନରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯକୁ ନେଇ ଆଲୋଚନା ହୋଇଥିଲା ।ପରେ ସେଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନ୍ତର୍ଗତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଂସଦଙ୍କ ସହ ଅଧ୍ଯକ୍ଷ, ଉପାଧ୍ୟକ୍ଷା ଓ କାଉନସିଲର ବୃକ୍ଷ ରୋପଣ କରିବା ସହ ଏହାର ଯତ୍ନ ନେବା ପାଇଁ ଆହ୍ବାନ ଦେଇଥିଲେ।

Post a Comment

Previous Post Next Post