ପାଇଖାନା ଘରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

 

ବେଗୁନିଆପଡ଼ା ମୋ ନିୟୁଜ ଓଡିଶା (୧୯/୦୭ /୨୦୨୪) 

ଘର ପଛପଟେ ରହିଥିବା ଏକ ପାଇଖାନା ଭିତରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ ।ମୃତକ  ଜଣକ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଅଗାଁର ଗାଁ ଉତ୍କଳ ଗ୍ରାମୀଣ ବ୍ଯାକଂ ସମ୍ମୁଖ ଏକ ଘରୁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।ଶୁକ୍ରବାର ସକାଳେ ବେଗୁନିଆପଡ଼ା ଥାନା ପୋଲିସ ମୃତ ଦେହ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ପଠାଇଛି। ସୂଚନା ଅନୁସାରେ 

ଦୋକାନୀ ତୋଫାନ ସାହୁଙ୍କ ବାରିପଟ ଲାଟିନ ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି। ଯୁବକ ଜଣକ ହେଲେ ଉକ୍ତ ଗ୍ରାମ ଖଦାଳ ସାହିର ଗୋବିନ୍ଦ ଦାସଙ୍କ ୩୩ ବର୍ଷୀୟ ପୁଅ ମୁନା ଦାସ। ଗୁରୁବାର ରାତିରେ ତୋଫାନ ସାହୁଙ୍କ ବାରିପଟେ ଥିବା ଲାଟିନ ଘରେ ବେକରେ ଗାମୁଛା ଲଗେଇ ମୃତ୍ୟୁ ବରଣ କରିଛନ୍ତି। ଶୁକ୍ରବାର ସକାଳୁ ତୋଫାନ ସାହୁଙ୍କ ପୁଅ ଲାଟିନ ଯିବା ସମୟରେ ମୁନା ଙ୍କ ଝୁଲନ୍ତା ମୃତ୍ୟୁ ଶରୀରକୁ ଦେଖି ଘର ଲୋକକୁ ଖବର ଦେଇଥିଲେ। ଘର ଲୋକ ବିଚଳିତ ଅବସ୍ଥାରେ ଗ୍ରାମବାସୀଙ୍କୁ ଖବର ଦେବା ପରେ ଶବକୁ ଦେଖିବାକୁ ଲୋକେ ରୁଣ୍ଡ ହୋଇଥିଲେ। ମୁନା ଜଣେ ଘରମିସ୍ତ୍ରୀ ଭାବେ କାମ କରୁଥିଲା ବେଳେ ତାଙ୍କ ପତ୍ନୀ ଅନ୍ତସତ୍ୱା ଅଛନ୍ତି। ଏ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ସନ୍ଦେହ ପ୍ରକଟ କରୁଥିବା ବେଳେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇ ପାରି ନାହିଁ। ଶବ ବ୍ଯବଚ୍ଛେଦ ପରେ ଘଟଣାର ତଦନ୍ତ କରାଗଲେ ପ୍ରକୃତ କାରଣ ଜଣାପଡିବ ବୋଲି କହିଛି ପୋଲିସ।

Post a Comment

Previous Post Next Post