(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ସ୍ଥାନୀୟ ବ୍ରହ୍ମାନଗର 3ୟ ଲାଇନ ଠାରେ ସୋମବାର ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡା଼ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସକାଳୁ ଜଗନ୍ନାଥଙ୍କ ରୀତିନୀତି ଅନୁଯାଇ ପୂଜାର୍ଚନା କରାଯାଇଥିଲା।
ପୂର୍ବନିର୍ଦ୍ଧାରିତ ସମୟ ଅନୁଯାୟୀ ମହାପ୍ରଭୁଙ୍କୁ ପହଣ୍ଡି ପରେ ରଥ ଉପରକୁ ନିଆଯାଇଥିଲା ଏବଂ ଛେରା ପହଁରା ସରିବାପରେ ରଥଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଘଣ୍ଟ -ଘଣ୍ଟା, ବାଜା, ହୁଳହୁଳିରେ ସାହି ପ୍ରକମ୍ପିତ ହେଉଥିଲା।
ପବିତ୍ର ବାହୁଡା଼ଯାତ୍ରାରେ ସାହି ବାସିନ୍ଦାଙ୍କ ସମେତ ବହୁ ଶ୍ରଦ୍ଧାଳୁ, ବୁଦ୍ଧିଜୀବୀ ଓ ରଥଯାତ୍ରାର ମୁଖ୍ୟ ଆୟୋଜକ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗର ହାତ ବଢ଼ାଇଥିଲେ।
ସେହିପରି ବୁଧବାର ବଡ ଏକାଦଶୀ ସନ୍ଧ୍ୟାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ଦେଖିବାକୁ ବ୍ରହ୍ମାନଗର ସାହି ବାସିନ୍ଦାଙ୍କ ସମେତ ଆଖପାଖ ସାହି ବାସିନ୍ଦାଙ୍କ ଭିଡ ପରିଲିକ୍ଷିତ ହୋଇଥିଲା।
ଏହି କାର୍ଯ୍ୟକ୍ରମକୁ ସ୍ୱାଧୀନା ପାତ୍ର, ଅନୁପ ପାତ୍ର, ଦିପ୍ତିମୟୀ ପାତ୍ର, ସୁରେନ୍ଦ୍ର ପାଢ଼ୀ, ସନ୍ତୋଷ ସାହୁ, ଭାସ୍କର ଦୋରା, ରାଜେନ୍ଦ୍ର ପାଢ଼ୀ, ନୀଳମାଧଵ ଶର୍ମା, କାନୁ ଚରଣ ସାହୁ,ପରିଚାଳନା କରିଥିବାବେଳେ ଆଶୁତୋଷ ପାତ୍ର, ମିନତୀ ପାତ୍ର, ନିରଞ୍ଜନ ମହାନ୍ତି, ରମାକାନ୍ତ ପଟନାୟକ, ନିରୁପ ପଟନାୟକ, ମନମେଶ୍ଵର ପଟନାୟକ, ଦେବଦତ୍ତ ମହାନ୍ତି, ଅର୍ଚନା ପାତ୍ର, ବିନିତା ପାତ୍ର, ପୂଜା, ମିନୁ, ଗୁଗୁଲି ପ୍ରମୁଖ ସହଯୋଗ କରିଥିଲେ।


