ଭଞ୍ଜନଗର :ମୋ ନିୟୁଜ ଓଡିଶା ଶିକ୍ଷା ବିଭାଗ ଓ ବନ ବିଭାଗ ସହଯୋଗରେ କାରଗିଲ ବିଜୟ ଦିବସ ଏବଂ ବୃକ୍ଷ ସୁରକ୍ଷା, ଜୀବନ ରକ୍ଷା କାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ଆଜିର କାରଗିଲ ବିଜୟ ଦିବସରେ ଛାତ୍ର ଛାତ୍ରୀ ଏବଂ ଗ୍ରାମବାସୀଙ୍କ ଦ୍ୱାରା ଚାରା ରୋପଣ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ବିଭିନ୍ନ ପ୍ରକାର ଚାରା ଯଥା ଅଁଳା, ବେଲ, ନିମ, ସଜନା ଇତ୍ୟାଦି ଗଛ ରୋପଣ କରି ତାହାର ସୁରକ୍ଷା ବାବଦରେ ସଚେତନ କରାଯାଇଥିଲା । କଣ୍ଟେଇପଲ୍ଲୀ ବନ ସୁରକ୍ଷା ସମିତିର ସଭ୍ୟସଭ୍ୟା ଏବଂ କର୍ମକର୍ତ୍ତାଙ୍କ ଦ୍ୱାରା "ମାଆ ପାଇଁ ଗଛ ଟିଏ’ ସ୍ଲୋଗାନ ଦେଇ ଗୋଟିଏ ଗୋଟିଏ ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉତ୍ତର ଘୁମୁସର ବନଖଣ୍ଡର ସହକାରୀ ବନ ସଂରକ୍ଷକ ବିବେକ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ପୂର୍ବତନ ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଶୂଳପାଣି ଶତପଥି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଏଥି ସହିତ ସମ୍ମାନିତ ଅତିଥି ଭାବେ ଏବିଓ ଗୋବିନ୍ଦ ଚନ୍ଦ୍ର ପାଢ଼ୀ, ବନାଞ୍ଚଳ ଅଧିକାରୀ ପୃଥ୍ୱୀରାଜ ପ୍ରଧାନ, ସିଆରସିସି ନୀଳକଣ୍ଠ ନନ୍ଦ ଯୋଗ ଦେଇଥିଲେ । ଶ୍ରୀମତୀ ସଲିଳବାଳା ପତିଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ମାନଙ୍କ ସହିତ ସତ୍ୟ ନାରାୟଣ ତ୍ରିପାଠୀ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କଲ୍ୟାଣୀ ପାଣିଗ୍ରାହୀ, ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରତିଭା ବିଷୋୟୀ, ରଶ୍ମିତା ସେଠି ବନରକ୍ଷୀ ଯୋଗ ଦେଇ ଉପରୋକ୍ତ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । କାରଗିଲ ବିଜୟ ଦିବସ ଅବସରରେ ସହିଦମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମଶାଲ ପ୍ରଜ୍ୱଳନ, ଶାନ୍ତି ପାଠ ଏବଂ ଜୟ ଯବାନ, ଜୟ କିଷାନ ନାରା ଦ୍ୱାରା ସ୍ୱତନ୍ତ୍ର ସଚେତନତା ବାର୍ତ୍ତା ପ୍ରେରଣ କରାଯାଇଥିଲା । ଆଜିର ଏହି କାରଗିଲ ବିଜୟ ଦିବସ ଏବଂ ଅବସର କାଳୀନ ସଭା କାର୍ଯ୍ୟକ୍ରମରେ ବହୁ ପରିବେଶ ପ୍ରେମୀ, ଶିକ୍ଷାବିତ, ସମାଜସେବୀ ତଥା ବନ ସୁରକ୍ଷା ସମିତି ସଭାପତି ଶରତ ଚନ୍ଦ୍ର ସ୍ୱାଇଁ ଏବଂ ସହକର୍ମୀ କୁନା କୁମାର ଦାସ ସଂଯୋଜନା ଏବଂ ପରିଚାଳନା କରିଥିଲେ । ପ୍ରକାଶ ଥାଉକି ଆଜିର ଏହି ପବିତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ପରିବେଶ ସଚେତନତା, ଦେଶାତ୍ମ ବୋଧକ ନୃତ୍ୟ ନାଟିକା ପରିବେଷଣ କରି ଉପସ୍ଥିତ ଲୋକଙ୍କୁ ସଚେତନତା କରାଇଥିଲେ । ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନିର୍ଦ୍ଦେଶନା ଦେଇଥିଲେ ହାଡୁ ମଳିକ ଏବଂ ଶିକ୍ଷୟିତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଖୁବ ମନୋରମ ହୋଇଥିଲା ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


