ତାରାସିଙ୍ଗି କ୍ଷେତ୍ର ପରିଚାଳନା ସଂସ୍ଥାନ, ଉତ୍ତର ଘୁମୁସର ବନଖଣ୍ଡ ତରଫରୁ ଏକ ଦିବସୀୟ ତାଲିମ ଶିବିର

 


ଭଞ୍ଜନଗର ମୋ ନିୟୁଜ ଓଡିଶା : ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାରାସିଙ୍ଗି ବନାଞ୍ଚଳରେ ଥିବା ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଭାଗ - ୨ ଦ୍ୱାରା ସଂଶୋଧିତ ଅଣୁ ଯୋଜନା ପ୍ରସ୍ତୁତି କାର୍ଯ୍ୟକାରିଣୀ ଦଳ ଓ ମହିଳା କାର୍ଯ୍ୟକାରିଣୀ ଦଳ ସଭ୍ୟସଭ୍ୟାଙ୍କ ନିମିତ ସଂଶୋଧିତ ଅଣୁ ଯୋଜନା ପ୍ରସ୍ତୁତି ପାଇଁ ଏକ ଦିବସୀୟ ତାଲିମ ଶିବିର ତାରାସିଙ୍ଗି ବନାଞ୍ଚଳ ଅଧୀନସ୍ଥ ଗାୟାଗଣ୍ଡା ସେକ୍ସନ ଏବଂ ବନ ସୁରକ୍ଷା ସମିତିର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଗାୟାଗଣ୍ଡା ପଞ୍ଚାୟତର ଗ୍ରାମ ବିକାଶ ବିଦ୍ୟା ବିହାର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ତାଲିମ ଶିବିରରେ ସମସ୍ତ ବନ ସୁରକ୍ଷା ସମିତିର ସଭ୍ୟ ସଭ୍ୟା ଅଂଶ ଗ୍ରହଣ କରିଥିଲେ । ଗାୟାଗଣ୍ଡା ବନପାଳ ଶ୍ରୀମତୀ ଶୁଭସ୍ମିତା ଦାଶ, ବନରକ୍ଷୀ ଶ୍ରୀଯୁକ୍ତ ସୁଶିଲ କୁମାର ରାଉତ ଏବଂ ଶ୍ରୀଯୁକ୍ତ ସନ୍ତୋଷ କୁମାର ଗୌଡ଼ ଏବଂ ଗ୍ରାମ ବିକାଶ ବିଦ୍ୟା ବିହାରର ଅଧ୍ୟକ୍ଷ ଓ ପ୍ରଧାନ ଶିକ୍ଷକ ଯୋଗଦାନ କରିଥିଲେ । ଏହି ଅନୁଯୋଜନାର ବିଶେଷତ୍ୱ ବିଷୟରେ କହିବା ସହ ପ୍ରକଳ୍ପର ଜୀବନ ଜୀବିକା କାର୍ଯ୍ୟକ୍ରମ ବହୁ ଉଚ୍ଚକୋଟୀର ହୋଇଥିବା ଯୋଗୁ ସମସ୍ତଙ୍କୁ କୃତଜ୍ଞତା ଜଣାଯାଇଥିଲା । ବନ ଉନ୍ନୟନ ସଂସ୍ଥାର କର୍ମକର୍ତ୍ତା କାହ୍ନୁ ଚରଣ ସାହୁ ତାଲିମ ପ୍ରଦାନ କରିଥିଲେ । ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଭାଗ - ୨ ର ଦଳ ମୁଖିଆ ଯୋଗେନ୍ଦ୍ରନାଥ ସ୍ୱାଇଁ , ସଂଯୋଜକ ରଞ୍ଜନ କୁମାର ବେହେରା, ବିକାଶ ଅଧିକାରୀ, ଚିନ୍ମୟ ମହାକୁଡ଼ ଏବଂ ଜିହୁଦା ଦିଗାଲ କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଗ୍ରାମ ବିକାଶ ବିଦ୍ୟା ବିହାରର କର୍ମଚାରୀ ମଧ୍ୟ ସହଯୋଗ କରିଥିଲେ ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post