ବିଡ଼ିପୁରରେ ଗ୍ରାମ ପଂଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ମଶାଳା

 


ଭଞ୍ଜନଗର:ମୋ ନିୟୁଜ ଓଡିଶା ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ସମିତି ଓ ଓସଡାମା ସହଯୋଗରେ ଜଗନ୍ନାଥପ୍ରସାଦ ବ୍ଲକରେ ଥିବା ବିଡ଼ିପୁରରେ ଗ୍ରାମ ପଂଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ମଶାଳାକୁ ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ମଥୁରାମ ନାୟକ ଉଦ୍‍ଘାଟନ କରି ସମସ୍ତ ବିଭାଗର ସମନ୍ନୋୟ ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ଗ୍ରାମ ପଂଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠିତର ମୂଳଲକ୍ଷ ଉପରେ ଆଲୋକପାତ କରିଥିଲେ । ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ ସଭାପତିତ୍ୱ କରିଥିଲେ , ପଂଚାୟତ ନିର୍ବାହୀ ଅଧିକାରୀ, ତେନ୍ତୁଳିଆ ମହାବିଦ୍ୟାଳୟ ଅଧକ୍ଷ, ଗୋଷ୍ଟିସ୍ୱାସ୍ଥ୍ୟ ଅଧିକାରୀ, ରାଜସ୍ୱ ନିରିକ୍ଷକ, ଉଚ୍ଚ- ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ, ବନ କର୍ମଚାରି, ଅଗ୍ନିଶମ ଓ ଥାନା ଅଧିକାରୀ, କୃଷି ଗ୍ରାମ ସେବକ, ମହିଳା ମହା ସଂଘ ଅଧକ୍ଷ, ଭିନ୍ନକ୍ଷମ, ପଶୁ ଚିକିତ୍ସକ, ମୃତ୍ତିକା ସରକ୍ଷଣ କର୍ମଚାରି, ରାଜସ୍ୱ ନିରୀକ୍ଷକ, ସମିତି ଓ ୱାର୍ଡ ସଭ୍ୟ, କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସମେତେ ୧୪ଗୋଟି ବିଭାଗ ଅଧିକାରୀ ଯୋଗ ଦେଇଥିଲେ । ଯେଉ ମାନେ ଓସଡାମା ମାର୍ଗଦର୍ଶିକା ପ୍ରକାରେ ଗ୍ରାମ ପଂଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟିରେ ସଭ୍ୟରୂପେ ଚୟନ କରାଯାଇଅଛି । ପଞ୍ଚାୟତରେ ଥିବା ୭ଗୋଟି ରାଜସ୍ୱ ଗ୍ରାମର ଗ୍ରାମ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠିତ କରାଯାଇ ୨୧ ଗୋଟି ଦଇବି ଦୁର୍ବିପାକ ତୁଷାର ପାତ, ଭୂତାଣୁ ସଂକ୍ରମଣ, ସାପକାମୁଡା, ରାସାୟନିକ ବିକରଣ, ଶିତ ଲହରୀ, ବାତ୍ୟା, ମରୁଡି, ଭୂମିକମ୍ପ, ଅଗ୍ନିକାଣ୍ଡ, ବନ୍ୟା, ଜଙ୍ଗଲ ପୋଡି, ଅଂଶୁଘାତ, ଭୁସ୍ପଳନ, ବଜ୍ରପାତ, ପରମାଣୁ ବିସ୍ଫୋରଣ, କୁହୁଡା, ସମୁଦ୍ର ସୁନାମୀ ଉପରେ କମିଟି ସଭ୍ୟସଭ୍ୟାଙ୍କୁ ବାର୍ଡ ଅନୁଷ୍ଠାନ ତରଫରୁ ତାଲିମ ଦିଆଯାଇ ତାର ଠିକ ସମୟରେ ମୁକାବିଲା କରାଯିବା ଓ ଶୂନ୍ୟ ମୃତହତ ଉପରେ ଦୀର୍ଘମିଆଦ ଯୋଜନା ଖସଡା କରି ବ୍ଲକ ପ୍ରଶାସନ ମାଧ୍ୟମରେ ଜିଲ୍ଲା ପ୍ରଶାସନ କାର୍ଯ୍ୟ ଖସଡା ଓ ଯୋଜନଓ ପ୍ରସ୍ତୁତି ହେବା କରିବା ଉପରେ ଗୁରୁତ୍ୱ ଦିଆଯାଇ ଅଛି । ସାଧନ କର୍ମୀ ନୋଡାଲ ଏନଜିଓ ବାର୍ଡ ସମ୍ପଦକ ପ୍ରକାଶ ଚଦ୍ର ସାହୁ ବିଡ଼ିପୁର ଗ୍ରାମ ପଞ୍ଚଓୟତ କମିଟି ଓ ଗ୍ରାମବାସୀଙ୍କୁ ତାଲିମ ଦେଇ ଅଛନ୍ତି । ୭ ଗୋଟି ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠନ କରଯିବା ଉପରେ ସେ ମତ ପ୍ରକାଶ କରିଅଛନ୍ତି । ଅଧିକ ତାଳ ବଣ ସୃଷ୍ଟି, ବନ୍ୟାଜନ୍ତୁ ଦ୍ୱାରା କ୍ଷୟକ୍ଷତି, ନଦୀ ତଳି ଅଞ୍ଚଳର ନିରୂପଣ, ସତର୍କ ଆପର ବହୁଳ ବ୍ୟବହାର, ମୋକ ଡ୍ରିଲ, ଆପାଦ ମିତ୍ର ଚୟନ, ସମସ୍ତ ହେଲ୍ପଲାଇନ ନମ୍ବର ପଂଚାୟତ କାର୍ଯ୍ୟଳୟରେ ଟଙ୍ଗାଇବା, ସମସ୍ତ ସମ୍ପୃକ୍ତ ବିଭାଗ ଗୁଡିକର ସମୋନ୍ନୟ ବୈଠକ ବସିବା ଓ ୱାଟସପ ଗ୍ରୁପ ଓ ସାମାଜିକ, ବୈଦୁତିକ, ପ୍ରିଣ୍ଟ ଗଣ ମାଧ୍ୟମଉପରେ ପ୍ରଚାରପ୍ରସାର ଉପରେ ଗୁରତ୍ୱ ଦିଆ ଯାଇଅଛି ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post