ଉତ୍ତର ଘୁମୁସର ବନଖଣ୍ଡ ତରଫରୁ ଅଣୁ ଯୋଜନା ପ୍ରସ୍ତୁତି ତାଲିମ ଶିବିର ଅନୁଷ୍ଠିତ

 


ଭଞ୍ଜନଗର : ମୋ ନିୟୁଜ ଓଡିଶା ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାରାସିଙ୍ଗି ବନାଞ୍ଚଳରେ ଥିବା ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଭାଗ - ୨ ଦ୍ୱାରା ସଂଶୋଧିତ ଅଣୁ ଯୋଜନା ପ୍ରସ୍ତୁତି କାର୍ଯ୍ୟକାରିଣୀ ଦଳ ଓ ମହିଳା କାର୍ଯ୍ୟକାରିଣୀ ଦଳ ସଭ୍ୟ ସଭ୍ୟାଙ୍କ ନିମିତ ସଂଶୋଧିତ ଅଣୁ ଯୋଜନା ପ୍ରସ୍ତୁତି ପାଇଁ ଏକ ଦିବସୀୟ ତାଲିମ ଶିବିର ତାରାସିଙ୍ଗି ବନାଞ୍ଚଳ ଅଧୀନସ୍ଥ ଗାୟାଗଣ୍ଡା ସେକ୍ସନ ଏବଂ ଚାରି ଗୋଟି ବନ ସୁରକ୍ଷା ସମିତିର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଗାୟାଗଣ୍ଡା ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ତାଲିମ ଶିବିରରେ ସମସ୍ତ ଚାରି ଗୋଟି ବନ ସୁରକ୍ଷା ସମିତିର ସଭାପତି ସହ ସମସ୍ତ ଅଣୁଯୋଜନା ମହିଳା କାର୍ଯ୍ୟକାରିଣୀ ଦଳର ସଭ୍ୟା ଅଂଶ ଗ୍ରହଣ କରିଥିଲେ । ଗାୟାଗଣ୍ଡା ସେକ୍ସନର ବନପାଳ ଶ୍ରୀମତୀ ଶୁଭସ୍ମିତା ଦାଶ, ଘୋଗଡ ସେକ୍ସନର ବନପାଳ ଶ୍ରୀଯୁକ୍ତ କୃଷ୍ଣ ନାହାକ ଏବଂ ବନରକ୍ଷୀ ଶ୍ରୀଯୁକ୍ତ ଅଶୋକ କୁମାର ସେଠୀ, ଶ୍ରୀଯୁକ୍ତ ଗନ୍ଧର୍ବ ସେନ ନାଇକ ଯୋଗଦାନ କରିଥିଲେ । ଏହି ଅଣୁଯୋଜନାର ବିଶେଷତ୍ୱ ବିଷୟରେ କହିବା ସହ ପ୍ରକଳ୍ପର ଜୀବନ ଜୀବିକା କାର୍ଯ୍ୟକ୍ରମ ବହୁ ଉଚ୍ଚକୋଟୀର ହୋଇଥିବା ଯୋଗୁ ସମସ୍ତଙ୍କୁ କୃତଜ୍ଞତା ଜଣାଯାଇଥିଲା । ଏହି ଅଣୁଯୋଜନାରେ ବନ ସୁରକ୍ଷା ସମିତି, ଗ୍ରାମ ଏବଂ ଅଞ୍ଚଳର କିପରି ଉନ୍ନତି ହେବ ଏହି ବିଷୟ ରେ ପରାମର୍ଶ ଦିଆ ଯାଇଥିଲା । ଜଙ୍ଗଲର ସୁରକ୍ଷା କେମିତି ହେବା ବନ୍ୟ ପ୍ରାଣୀ କେମିତି ସୁରକ୍ଷିତ ରହିବେ ଏହି ବିଷୟ ରେ ମଧ୍ୟ ଆଲୋଚନା କରାଯାଇଥିଲା । ବନ ଉନ୍ନୟନ ସଂସ୍ଥା ର କର୍ମକର୍ତ୍ତା କାହ୍ନୁ ଚରଣ ସାହୁ ତାଲିମ ପ୍ରଦାନ କରିଥିଲେ । ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଭାଗ - ୨ ର ଦଳ ମୁଖିଆ ଯୋଗେନ୍ଦ୍ରନାଥ ସ୍ୱାଇଁ, ସଂଯୋଜକ ରଞ୍ଜନ କୁମାର ବେହେରା, ବିକାଶ ଅଧିକାରୀ ଚିନ୍ମୟ ମହାକୁଡ଼ ଏବଂ ଜିହୁଦା ଦିଗାଲ, କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ । ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ଅନ୍ୟାନ୍ୟ କର୍ମଚାରୀ ଯେଉଁ ମାନଙ୍କୁ ଆମେ ସ୍କ୍ୱାର୍ଡ ବୋଲି କହିଥାଉ ସେହିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ବହୁତ ସାହାଯ୍ୟର ହାତ ବଢ଼ାଇ ଥିଲେ । 

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post