: ସରକାରଙ୍କ ପକ୍ଷରୁ ଚାଲିଥିବା ଫାଇଲେରିଆ ନିରାକରଣ ଅଭିଯାନରେ ଛାତ୍ରଛାତ୍ରୀ ସାମିଲ ହେବା ପାଇଁ ସମସ୍ତେ ସଂକଳ୍ପ ନେବାକୁ ପରାମର୍ଶ ଦିଆଯାଇଛି ।

 ଭଞ୍ଜନଗର : ସରକାରଙ୍କ ପକ୍ଷରୁ ଚାଲିଥିବା ଫାଇଲେରିଆ ନିରାକରଣ ଅଭିଯାନରେ ଛାତ୍ରଛାତ୍ରୀ ସାମିଲ ହେବା ପାଇଁ ସମସ୍ତେ ସଂକଳ୍ପ ନେବାକୁ ପରାମର୍ଶ ଦିଆଯାଇଛି । 


ମୋ ନିୟୁଜ ଓଡିଶା ସ୍ଥାନୀୟ ଜଗନ୍ନାଥପ୍ରସାଦ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡ଼ା.ପ୍ରମୋଦ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗୀୟ ମୁଖ୍ୟ ତଥା ୟୁଥ ରେଡ଼କ୍ରସ ମୁଖ୍ୟ ନିରଞ୍ଜନ ଶତପଥୀ, ଅଧ୍ୟାପକ ଶ୍ରୀକାନ୍ତ ପାତ୍ର, ଅଧ୍ୟାପିକା ସୁଚରିତା କର ଏବଂ ସୋସିଆଲ ମୋବିଲାଇଜର ସତ୍ୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଫାଇଲେରିଆ ରୋଗ କାରଣ ନିରାକରଣ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇ କହିଥିଲେ । ସେହିଭଳି ଛାତ୍ରଛାତ୍ରୀ ନିଜେ ସଚେତନ ହୋଇ ନିଜ ଅଞ୍ଚଳରେ ଜଣେ ସୈନିକ ଭଳି ସଚେତନତା ସୃଷ୍ଟି କରି ଫାଇଲେରିଆ ନିରାକରଣ ଅଭିଯାନକୁ ସଫଳ କରିବାକୁ ଅତିଥି ମାନେ ଆହ୍ୱାନ ଦେଇଥିଲେ । ସରକାରଙ୍କ ପକ୍ଷରୁ ଆସନ୍ତା ଅଗଷ୍ଟ ୧୦ ଠାରୁ ୧୯ ପର୍ଯ୍ୟନ୍ତ ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ଯେପରି ସମସ୍ତେ ସାମିଲ ହେବେ ତୃଣମୂଳ ସ୍ତରରେ ଅଧିକ ସଚେତନତା କରିବାକୁ ଅନୁରୋଧ କରାଯାଇ ଥିଲା । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଅଙ୍ଗନବାଡି କର୍ମୀ ପୁଷ୍ପା ପାଣି ଆଶାକର୍ମୀ ପୁଷ୍ପାଞ୍ଜଳି ସେଠିଙ୍କ ସହ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ସେହିଭଳି ଘଞ୍ଚ ଜଙ୍ଗଲ ଭରା ଅଞ୍ଚଳ ସମରବନ୍ଧ ଏବଂ କ୍ଷେତମୁଣ୍ଡଳୀ ସବସେଣ୍ଟର ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post