ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ) ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି କାର୍ଯ୍ୟାଳୟ ସଭା ଗୃହରେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆଜି ଡେଙ୍ଗୁ ନିରୋଧ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଅଛି ।କାର୍ଯ୍ୟକ୍ରମ ଆରମ୍ଭରେ ଏମଟିଏସ ପ୍ରସନ୍ନ କୁମାର ସାହୁ ଭେକ୍ଟର ବାହିତ ରୋଗ ଉପରେ ଧାରଣା ଦେବା ସହିତ ଏହାର ନିରାକରଣ ଉପରେ ସମସ୍ତଙ୍କୁ ଜଣାଇଥିଲେ । ଏହାପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା ଧନେଶ୍ୱର ମହାପାତ୍ର ନିଜର ସଚେତନତା ବକ୍ତବ୍ୟ ରଖିବା ସହିତ ମାଲକାନଗିରି ଜିଲ୍ଲାରେ ସମସ୍ତ ଆଶା ଦିଦି, ଅଙ୍ଗନବାଡ଼ି ଦିଦି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀ ମାନଙ୍କ ସହଯୋଗରେ ଡେଙ୍ଗୁ ହାରିଯାଇଥିବା କଥା କହିଥିଲେ ଏବଂ ଲୋକମାନେ ସଚେତନ ଥିବାରୁ ଡେଙ୍ଗୁ ମଶାର ଜନ୍ମ ସ୍ଥଳୀ କୁ ରୋକିବାରେ ସଫଳ ହୋଇଥିଲୁ । ତେଣୁ ସେ ଡେଙ୍ଗୁ ସଚେତନତା କାରୀଙ୍କୁ ଅଧିକ ଧନ୍ୟବାଦ ଦେଇଥିଲେ । କୋରୁକୋଣ୍ଡା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ବ୍ଲକ ସ୍ଵାସ୍ଥ୍ୟ ଅଧିକାରୀ ଡ଼ ବୀପୁଲ ବୈଭବ ଡେଙ୍ଗୁ ଜର ହେଲେ ପ୍ରଥମେ ଆଣ୍ଠୁ ଗଣ୍ଠି ଆଖି ବଥା ହୁଏ ଏହି ଲକ୍ଷଣ ଦେଖାଦେଲେ ତୁରନ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଯାଆନ୍ତୁ ଏବଂ ଯେଉଁ ସ୍ଥାନ ଗୁଡିକରେ ଦୀର୍ଘ ଦିନ ଧରି ପାଣି ଜମା ହୋଇ ରହେ ସେହିଠାରେଡେଙ୍ଗୁ ମଶା ଜନ୍ମ ନେଇଥାନ୍ତି ଏହା ଉପରେ ସମସ୍ତଙ୍କୁ ସଚେତନ କରାଇବା। ଗତ ବର୍ଷ କୋରୁକୋଣ୍ଡା ବ୍ଲକରେ ୨୯ ଜଣ ରୋଗୀ ଚିହ୍ନଟ ହୋଇଥିଲା କିନ୍ତୁ ବର୍ତ୍ତମାନ ବ୍ଲକରେ ୨୭୬ ରକ୍ତ ପରୀକ୍ଷା ହୋଇଛି ମାତ୍ର ବାଲିମେଳାରେ କେହି ରୋଗୀ ଚିହ୍ନଟ ହୋଇନାହାନ୍ତି।ଏଣୁ ଡେଙ୍ଗୁ ସଂଖ୍ୟା କମିବା ସହିତ ଲୋକେ ଅଧିକରୁ ଅଧିକ ସଚେତନ ଅଛନ୍ତି । ବର୍ତ୍ତମାନ ସୁଧା ମାଲକାନଗିରି ଜିଲ୍ଲା ରେ କେବଳ ଚିତ୍ରକୋଣ୍ଡା ବ୍ଲକରେ ୯ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ଵୋଲି କହିଥିଲେ । କାର୍ଯ୍ୟକ୍ରମ ରେ ବାଲିମେଳା ନଗର ଅଧକ୍ଷ ପ୍ରଦୀପ କୁମାର ନାୟକ , କୋରୁକୋଣ୍ଡା ବ୍ଲକ ଅଧକ୍ଷ ଜିତୁ ବୁରୁଡ଼ି , ବାଲିମେଳା ଉପାଧକ୍ଷ। ରଶ୍ମିତା ବାକା , ସମସ୍ତ କାଉନସିଲର , ବିପିଏମ -କେ. ମଣ୍ଟୁ , ଏଲଏଚଭି ଲୋଭାବତୀ ପଟନାୟକ , ଆଇସିଡିଏସ ସୁପରଭାଇଜର ସଂଯୁକ୍ତା ନାୟକ , ଭି ବି ପି ସି ଅଜିତ କୁମାର ଦଳେଇ ,ଜିପିଡ଼ିଓ ସୁବାଷ ଚନ୍ଦ୍ର ଖିଲ , ଜି ପି ଇ ଓ ସୁରେଶ ଚନ୍ଦ୍ର ସାହୁ ଙ୍କ ସହ ବାଲିମେଳା ସମସ୍ତ ଅଙ୍ଗନାବାଡି ୱାର୍କର , ଆଶା କର୍ମୀ , ସ୍ୱଚ୍ଛ କର୍ମୀଓ ସ୍ୱଚ୍ଛ ସାଥି ପ୍ରମୁଖ ଉପସ୍ଥିତ ଥିଲେ।ପରେ ଏକ ସଚେତନ ରଥ ସହ ଶୋଭାଯାତ୍ରା ବାହାରିଥିଲା। ଲୋକମାନଙ୍କୁ ସତଚେତ କରିବା ପାଇଁ ଏହାକୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ମହାପାତ୍ର, ବାଲିମେଳା ନଗର ଅଧ୍ୟକ୍ଷ ନାୟକ ଓ ବ୍ଲକ ଅଧ୍ୟକ୍ଷ ବୁରୁଡ଼ି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ସଚେତନତା କାର୍ଯ୍ୟକ୍ରମ ଅଗଷ୍ଟ ମାସ ଯାକ ଚାଲିବ ବୋଲି ସୂଚନା ଦେଇଥିଲେ।