ମାଲକାନଗିରିରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କୌଶଳ ରଥ।

ମାଲକାନଗିରି  ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ) ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କୌଶଳ ରଥ 31.07.2024 ରେ ସରକାରୀ ପଲିଟେକନିକ ମଲକାନଗିରିରେ ପହଞ୍ଚିଥିଲା । ମଲକାନଗିରି ଜିଲ୍ଲା ପାଇଁ କୌଶଳ ରଥ ଅଭିଯାନକୁ ପଲିଟେକନିକ ଅନୁଷ୍ଠାନ ପରିସରରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ମଲକାନଗିରି ଶ୍ରୀ ବେଦବର ପ୍ରଧାନଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ଯୁବପିଢ଼ିଙ୍କ ମନରେ କୌଶଳ ଓ ପ୍ରଯୁକ୍ତିର ମହତ୍ତ୍ୱକୁ ପ୍ରସାରିତ କରିବା ପାଇଁ 31.07.2024 ରୁ 03.08.2024 ମଧ୍ୟରେ ଚାରି ଦିନ ଧରି ମଲକାନଗିରି ପଲିଟେକନିକରୁ ଆଇଟିଆଇ ଏବଂ ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜକୁ କୌଶଳ ରଥ ଯାତ୍ରା ପାଇଁ ଶ୍ରୀ ପ୍ରଧାନ ପତାକା ଦେଖାଇ ଶୁଭ ଆରମ୍ଭ କରିଥିଲେ। ସରକାରୀ ପଲିଟେକନିକ ମଲକାନଗିରି, ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦକ୍ଷତା ବିକାଶ ତଥା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁ କୌଶଳ ରଥକୁ ସ୍ୱାଗତ ସହିତ ବେଶ୍ ପ୍ରଶଂସା କରାଯାଇଥିଲା। ପ୍ରଶିକ୍ଷକମାନେ ପଲିଟେକ୍ନିକ୍ ର ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କୁ ଡ୍ରୋନ୍ ଟେକ୍ନୋଲୋଜି, ଡ୍ରାଇଭିଂ ସିମୁଲେସନ୍, 3ଡି ପ୍ରିଣ୍ଟିଂ ଏବଂ ଭର୍ଚୁଆଲ୍ ରିଅଲିଟି ବିଷୟରେ ଶିକ୍ଷା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦକ୍ଷତା ଏବଂ ନିୟୋଜନ ଅଧିକାରୀ ମନୱୀ ସେଠୀ, ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ ଡ.ରଞ୍ଜନ କୁମାର ସ୍ୱାଇଁ, ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଅଧ୍ୟକ୍ଷ ସମୀର ରଞ୍ଜନ ବେହରା, ପଲିଟେକନିକ ଅଧ୍ୟକ୍ଷ ପ୍ରୀତିରଞ୍ଜନ ପ୍ରିୟଦର୍ଶୀ ପାତ୍ର, ଉପେନ୍ଦ୍ର ଦୀପ, ରିତେଶ କୁମାର, ମୟଙ୍କ ରାଜ, ଯଶପାଲ ସିଂ ଏବଂ  ପଲିଟେକ୍ନିକର ମାନସ ରଞ୍ଜନ ରାଉତ, ସୌରଭ ରଞ୍ଜନ ପ୍ରଧାନ,ବିପିନ ବିହାରୀ ମହାନ୍ତି, ଅମିତ କୁମାର ତିର୍କି,  ଆଶିଷ ଶର୍ମା,  ଅବକାଶ ପ୍ରଧାନୀ, ପାର୍ଥ ସାରଥୀ ମଲ୍ଲିକ,ରାଜୀବ ରତନ ପଟେଲ,  ଲକ୍ଷ୍ମଣ ମାଝୀ, ଶର୍ମିଳା ଶବର ଏବଂ ପଲ୍ଲବୀ ମହାନ୍ତ ଉପସ୍ଥିତ ଥିଲେ।

Post a Comment

Previous Post Next Post