ଭଂଜନଗର:ମୋ ନିୟୁଜ ଓଡିଶା ଭଂଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଭଂଜନଗର ବ୍ଳକ ଶିକ୍ଷା କାର୍ଯ୍ୟାଳୟର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଭଂଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ, ଭଂଜନଗର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଏସ୍ ଧନଞ୍ଜୟ, ଏବିଇଓ ତଥା ବିଆରସିସି ଶ୍ରୀ ସୂର୍ଯ୍ୟ ନାଇକ, ଏବିଇଓ ଶ୍ରୀ ଚରଣ ସେଠୀ, ଏବିଇଓ ଶ୍ରୀ ଗଜେନ୍ଦ୍ର ବେହେରା, ସିଡିପିଓ ଶ୍ରୀ ମତି ମିଲିମା କୁମାରୀ ପଣ୍ଡା, ଗାଲେରୀ ସିଏଚସି ଷ୍ଟାଫ୍, ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧୀନସ୍ଥ ୧୬ ଟି କ୍ଲଷ୍ଟରର ସିଆରସିସି ଓ ଅଫିସ ଷ୍ଟାଫ୍ ମାନେ ଉପସ୍ଥିତ ରହି ନିଜ ନିଜର କାର୍ଯ୍ୟର ଷ୍ଟାଟସ୍ ରିପୋର୍ଟ ବିଷୟରେ ଆଲୋଚନା କରିଥିଲେ । ଏଥି ସହିତ ଆଜିର ଏହି ବୈଠକର ଅନ୍ୟାନ୍ୟ ଆଲୋଚନା ହୋଇଥିବା ପ୍ରସଙ୍ଗ ଗୁଡ଼ିକ ହେଲା, ଯଥା: ପ୍ରତ୍ୟେକ ବିଦ୍ୟାଳୟରେ ନିରାପତ୍ତା ବ୍ୟବସ୍ଥା, ଭଗ୍ନ ଓ ଅସୁରକ୍ଷିତ କୋଠା ନିବାରଣ, ଏଫଏଲଏନ୍ କାର୍ଯ୍ୟ, ନାସ ପରୀକ୍ଷା, ଡ୍ରପଆଉଟ ଶିକ୍ଷାର୍ଥୀ ମାନଙ୍କୁ ନାମଲେଖା, ତୃତୀୟ ଓ ପଞ୍ଚମ ଶ୍ରେଣୀ ଶିକ୍ଷାର୍ଥୀ ମାନଙ୍କ ବୃତ୍ତି ପରୀକ୍ଷା, ଶିକ୍ଷା କର୍ମଚାରୀ ମାନେ ସମୟାନୁବର୍ତ୍ତୀ ଓ ଉତ୍ସର୍ଗୀକୃତ ହେବା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଧାର୍ଯ୍ୟ ବିଭିନ୍ନ ପ୍ରକାରର ପ୍ରୋଗ୍ରାମ କାର୍ଯ୍ୟ କାରି କରିବା, ପିଲାମାନଙ୍କୁ କ୍ୱାଲିଟ ମଧ୍ୟାହ୍ନ ଭୋଜନ ସହ ପ୍ରତି ୧୦୦ ଦିନରେ ଥରେ ତିଥି ଭୋଜନ, ଶିକ୍ଷାର୍ଥୀ ମାନଙ୍କ ଆଧାର ଷ୍ଟାଟସ୍, ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧିତ କାର୍ଯ୍ୟକ୍ରମ, ଭଂଜନଗର ବ୍ଳକର ସମସ୍ତ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ମାଟି ଗଣେଶ ନିର୍ମାଣ ଓ ପୂଜାକୁ ଗୁରୁତ୍ୱ ଇତ୍ୟାଦି ବିଷୟ ସବୁ ଆଲୋଚନା ହୋଇଥିଲା । ପରିଶେଷରେ ଉପସ୍ଥିତ ସମସ୍ତେ ମିଳିମିଶି ସରକାରଙ୍କ ସମସ୍ତ ପ୍ରକାରର କାର୍ଯ୍ୟକ୍ରମ କୁ ମିଳିମିଶି ଏକାଠି ହୋଇ କାମ କରିବାପାଇଁ ମତାମତ ପ୍ରକାଶ କରିଥିଲେ ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା