ଭଞ୍ଜନଗର:ମୋ ନିୟୁଜ ଓଡିଶା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍ ସି ସି ନାଭାଲ କ୍ୟାଡେଟ ତଥା ଯୁକ୍ତ ୩ ଶେଷ ବର୍ଷ ରାଜନୀତି ବିଜ୍ଞାନ ବିଭାଗ ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ପ୍ରଧାନ (୧୯) ସୋମବାର ପୋଖରୀରେ ବୁଡି ମୃତ୍ୟୁବରଣ କରିଛନ୍ତି । ଭଞ୍ଜନଗର ପୋଲିସ ମରଶରୀରକୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ହସ୍ପିଟାଲ୍କୁ ପଠାଇ ଦେଇଛି । ଘଟଣାରୁ ପ୍ରକାଶ ଯେ ଗୁଣ୍ଡିରିବାଡି ପ୍ରଦୀପ ପ୍ରଧାନଙ୍କ ମଝିଆ ଝିଅ ପ୍ରିୟଙ୍କା ଭଞ୍ଜନଗର କଲେଜରେ ପାଠ ପଢୁଛନ୍ତି । ତେଣୁ ଆଜି ସକାଳ ୬ ଟା ରେ ବସ ଯୋଗେ ଭଞ୍ଜନଗର ବାହାରିବା ପାଇଁ ପ୍ରସ୍ତୁତ ହେଉଥିଲେ । ତେଣୁ ସାନ ଭଉଣୀ ଉଷାକୁ ଧରି ବାରି ପଟେ ଥିବା ନିଜ ପୋଖରୀକୁ ୫ଟାରେ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ସେ ପାଣିରେ ବୁଡି ଯାଇଥିଲେ । ପାଖରେ ଥିବା ସାନ ଭଉଣୀ ତାକୁ ଉଦ୍ଧାର କରିବାକୁ ଯାଇ ନିରାଶ ହୋଇଥିଲେ । ଏହାପରେ ଉଷା ଆସି ଗ୍ରାମବାସୀ ଏବଂ ଘରେ କହିଥିଲେ । ଫଳରେ ଗ୍ରାମବାସୀ ଭଞ୍ଜନଗର ଦମକଳ ବାହିନୀକୁ ସୁଚନା ଦେଇଥିଲେ । ଦମକଳ ବାହିନୀ ଆସିବାରେ ବିଳମ୍ବ ହେବାରୁ ଗ୍ରାମବାସୀ ପାଣିରେ ପଶି ପ୍ରିୟଙ୍କାକୁ ଖୋଜି ବାହାର କରିଥିଲେ । ଏହାପରେ ସେ କାଳେ ବଞ୍ଚିଥିବ ଭାବି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ୍ ଅଣାଯାଇଥିଲା । ମେଡିକାଲରେ ଡ଼ାକ୍ତର ପ୍ରିୟଙ୍କାଙ୍କୁ ମୃତ ଘୋଷଣା କରିଥିଲେ ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


