ପ୍ରଧାନ ମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ଗଞ୍ଜାମ ଜିଲ୍ଲାର ଯୁବକ ସ୍ଵାବଲମ୍ବୀ ହୋଇପାରୁଛନ୍ତି ; ସମୀକ୍ଷା ବୈଠକ

 


(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ

ଛତ୍ରପୁର :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲାରେ କାର୍ଯ୍ଯକାରୀ ହୋଇଥିବା ପ୍ରଧାନ ମନ୍ତ୍ରୀ ବିଶ୍ଵକର୍ମା ଯୋଜନାରେ ଗଞ୍ଜାମ ଜିଲ୍ଲାର ଯୁବକ ଗଣ ସ୍ଵାବଲମ୍ବୀ ହେବାରେ ସକ୍ଷମ ହୋଇପାରୁଛନ୍ତି । ଗୁରୁବାର ଦିନ ଓସୱ।ନ  ଦ୍ବାରା ଆୟୋଜିତ ସମିକ୍ଷା ବୈଠକରେ ଏହା ମତ ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ମଧୁମିତାଙ୍କ ଅଧ୍ୟକ୍ଷତାରେ ଏକ  ସମିକ୍ଷା ବୈଠକରେ ଜିଲ୍ଲାର ଯୁବବର୍ଗ ଅଣୁ, କ୍ଷୁଦ୍ର ଓ  ମଧ୍ୟମ ଉଦ୍ୟଗ କ୍ଷେତ୍ରରେ ଆବେଦନ ଗୁଡିକର ସ୍ଥିତି ସମ୍ପର୍କରେ ସମିକ୍ଷା ହୋଇଯାଇଛି । ପ୍ରଧାନ ମନ୍ତ୍ରୀ ବିଶ୍ଵକର୍ମା ଯୋଜନା ଅନ୍ତର୍ଗତ ଯୁବପିଢି ମାନଙ୍କୁ ସମ୍ମାନ ଜନକ ସାମର୍ଥ୍ୟ ବୃଦ୍ଧି କରାଯାଇ ସେମାନଙ୍କର ସମୃଦ୍ଧି ସହିତ ଦେଶ ତଥା ରାଜ୍ୟର ବିକାଶ କ୍ଷେତ୍ରରେ ସହଭାଗିତା ଏକ ଗୁରୁତ୍ବପୁର୍ଣ ବିଷୟ । ଏହି ଯୋଜନାରେ ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ  ବିଷୟ । ଏହି ଯୋଜନାରେ ଜିଲ୍ଲାର ଯୁବ ବର୍ଗ ଅଣୁ , କ୍ଷୁଦ୍ର  ଓ ମଧ୍ୟମ ଉଦ୍ୟଗ କ୍ଷେତ୍ରରେ ସାମିଲ ହୋଇ ନିଜେ ଲାଭବାନ ହେବ ସହିତ ଅନ୍ୟକୁ ମଧ୍ୟ କର୍ମ ଯୋଗାଣ ଦେଇଆସୁଛନ୍ତି । ବିଶେଷ କାରୀ କ୍ଷୁଦ୍ର ଶିଳ୍ପମାନ ସ୍ଥାପନ କରି  ବଜାର ଚାହିଦାର ଆବଶ୍ୟକତାକୁ ମେଣ୍ଟାଇପାରୁଛନ୍ତି । ଗ୍ରାମାଞ୍ଚଳ ସମେତ ସହରାଞ୍ଚଳ ଗୁଡିକରେ ଏହି ଅଣୁ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ସକାଶେ ସରକାରଙ୍କ ତରଫରୁ  ପ୍ରୋତ୍ସାହନ ଦିଆଯାଉଛି। ଆର୍ଥିକ ସହାୟତା ସହିତ ଆଖିଦୃଷ୍ଟିଆ ସବସିଡ଼ି ଯୁବକ ମାନଙ୍କୁ ଆକୃଷ୍ଟ କରୁଛି।  କ୍ଷୁଦ୍ର ଶିଳ୍ପ ସ୍ଥାପନ ସହିତ ସେମାନେ କିଭଳି ଲାଭବାନ ହେବେ ,ସେଥି ନିମନ୍ତେ ଜିଲ୍ଲା ଶିଳ୍ପ ସଂସ୍ଥା ତରଫରୁ ସ୍ୱଳ୍ପ ଦିନରେ ପ୍ରଶିକ୍ଷଣ ମଧ୍ୟ ଯୋଗାଇ ଦିଆଯାଇ ଏହାର ପରିଚାଳନା ଗତ  ସମସ୍ତ ବୈଷୟିକ ଜ୍ଞାନ ପ୍ରଦାନ କରାଯାଉଛି । ଗଞ୍ଜାମ ଜିଲ୍ଲାର ବିଗତ ଜୁଲାଇ ମାସ ୨୦୨୪ ସୁଦ୍ଧା ୪୫୫୧୧ ପ୍ରାର୍ଥୀ ଆବେଦନ କରିଥିଲେ ତନ୍ମଧ୍ୟରୁ ୧୧୨୩୦ ଆବେଦନ ଯାଞ୍ଚ ହୋଇସାରିଛି । ୩୪୨୪୨ ଗୋଟି ଆବେଦନ ଗୁଡିକର ଯାଞ୍ଚ ପ୍ରକ୍ରିୟା ଚାଲିଛି । ଜିଲ୍ଲା ସ୍ତରରେ ୧୧୦୭୩ ଗୋଟି ଏବଂ ରାଜ୍ୟସ୍ତରରେ ୧୫୧ ଗୋଟି ଆବେଦନ ମଞ୍ଜୁର ଅପେକ୍ଷାରେ ରହିଛି । ସମସ୍ତ ଆବେଦନ ପ୍ରକ୍ରିୟାରେ  କାର୍ଯ୍ଯଶେଷ କରିବାକୁ ଜିଲ୍ଲା ଉନ୍ନୟନ ଅଧିକାରୀ ମଧୁମିତା ବୈଠକରେ ଉପସ୍ଥିତ ଥିବା ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ଅବଗତ କରଥିଲେ। ବୈଠକରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମେତ ସହକାରୀ  ଜିଲ୍ଲା ଶିଳ୍ପ ସଂସ୍ଥା ସାଧାରଣ ପରିଚାଳକ ହୃଷୀକେଶ ବେହେରା ଶିଳ୍ପ ଅଧିକାରୀ ପ୍ରିୟଂ।ଶୁ  ପଟ୍ଟନାୟକ ଏବଂ ଶିଳ୍ପ  ବିକାଶ ଅଧିକାରୀ ଜ୍ୟୋତି ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post