ତାରସିଙ୍ଗି ଅଂଚଳରେ ଗୋଟିଏ ଦିନରେ ଚାରି ଚନ୍ଦନ ଗଛ ଚୋରି

 


ଭଞ୍ଜନଗର ମୋ ନିୟୁଜ ଓଡିଶା : ଉତ୍ତର ଘୁମୁସର ବନାଞ୍ଚଳ ଅଧୀନରେ ଥିବା ତାରସିଙ୍ଗି ବନାଞ୍ଚଳରେ ଗୋଟିଏ ଦିନରେ ଚାରି ଚନ୍ଦନ ଗଛ ଚୋରି ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ଯେ ବନ ବିଭାଗ ଫରେଷ୍ଟ ବଙ୍ଗଳା ପରିସରରୁ ଗୋଟେ ଚନ୍ଦନ ଗଛ, ଥାନା ପାଖରୁ ଗୋଟେ ଓ ତାରସିଙ୍ଗିର ଜଣେ ବ୍ୟକ୍ତିଙ୍କ ବାଡିରୁ ଦୁଇଟି ଚନ୍ଦନ ଗଛ ଚୋରି ହୋଇଛି । ଯେଉଁ ମାନେ ଏହି ଦୁର୍ଲଭ ଚନ୍ଦନ ଗଛର ସୁରକ୍ଷା ଦେବା କଥା ସେମାନଙ୍କ ଅଜ୍ଞାତରେ ଗଛ ଚୋରି ହେବା ଚର୍ଚ୍ଚାର ବିଷୟ ହୋଇଛି । ବର୍ତ୍ତମାନ ଜଙ୍ଗଲ ବିଭାଗ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହିପରି ଚନ୍ଦନ ଗଛକୁ କାଟି ନେବା ଓ ପୋଲିସ କିମ୍ବା ଫରେଷ୍ଟ ବିଭାଗ ମୁଣ୍ଡ ବ୍ୟଥାର କାରଣ ହୋଇଛି । ସୂଚନା ଅନୁସାରେ ତାରସିଙ୍ଗି ବନାଞ୍ଚଳରେ ଅନେକ ଚନ୍ଦନ ଗଛ ଅଛି, ଯଦି ଏହିପରି ଭାବେ ଚନ୍ଦନ ଗଛ ଚୋରି ରାକେଟ ନିଜର ପାଦୁର୍ଭାବ ବଢାଇବେ ତାହେଲେ ଚନ୍ଦନ ଗଛ ଲୋପ ପାଇଯିବ । ଏହି ଘଟଣା ପରେ ବନ ବିଭାଗ ଓ ତାରସିଙ୍ଗି ଥାନା ତଦନ୍ତ ଚଳାଇଛି ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post