( ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ଗିରିସୋଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିଭିନ୍ନ ସମସ୍ୟା ଯୋଗୁଁ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ର ସମ୍ମୁଖୀନ ହେଉଛନ୍ତି।ଉକ୍ତ ମେଡିକାଲ ର ନୁଆଁ ବିଲଡିଂ ତିଆରି ହେଇ ସାରିଥିଲେ ମଧ୍ୟ ବହୁବିଧ କାରଣ ରୁ ତାହା ପୁରୁଣା ବିଲଡିଂ କୁ ସ୍ଵିଫ୍ଟ ହେଇ ପାରୁନାହିଁ।ମେଡିକାଲ ପରିସର ରେ ପିଇବା ପାଣିର ବ୍ୟବସ୍ତା ନାହିଁ।ପୁରୁଣା ବିଲଡିଂ ଟିଣ ଘର ହେଇଥିବା ବେଳେ ତାହା ଭାଙ୍ଗି ରୁଜି ଯାଇ ଥିବାରୁ କେତେବେଳେ କଣ ଅଘଟଣ ଘଟିବ କହି ହେଉ ନାହିଁ।ଏହି ପରିସରରେ ଥିବା ନିରାମୟ କେନ୍ଦ୍ର ରେ କବାଟ ଭାଙ୍ଗି ରୁଜି ଯାଇଥିବା ରୁ ସେଠାରେ ସାପ ଓ ଅନ୍ୟାନ୍ୟ ସରୀସୃପ ଜାତୀୟ ଜୀଵ ମାନଙ୍କର ଆତଯାତ ଲାଗିରହୁଛି। ଏତଦ ବ୍ୟତୀତ ଏ ଠାରେ ଥ୍ରୀଫେଜ ବିଦ୍ୟୁତ ସଂଯୋଗ ନଥିବାରୁ ନୂତନ କୋଠାକୁ ସ୍ଥାନାନ୍ତର ହେଇପାରୁନାହିଁ।ଏଠାକୁ ପ୍ରତିଦିନ ଶହ ଶହ ରୋଗୀ ଆସୁଥିବା ବେଳେ ଛଅ ଜଣ ଡାକ୍ତର ବଦଳ ରେ ମାତ୍ର ଦୁଇ ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି।ସେହିପରି ଜଣେ ମାତ୍ର ଆୟୁଷ ଡାକ୍ତର ଅଛନ୍ତି।ତିନିଜଣ ଫାର୍ମାସିଷ୍ଟ ନିଯୁକ୍ତି ହେବା ଜାଗାରେ ଜଣେ ମାତ୍ର ଫାର୍ମାସିଷ୍ଟ ଥିବାରୁ ଔଷଧ ବିତରଣ ରେ ବାଧାପ୍ରାପ୍ତ ହେଉଛି।ସେହିପରି ଛଅ ଜଣ ଷ୍ଟାପ ନର୍ସ ଆବଶ୍ୟକ ଥିବା ବେଳେ ମାତ୍ର ଦୁଇଜଣ ଅଛନ୍ତି।ଏହି ଗୋଷ୍ଟି କେନ୍ଦ୍ର ର ସମସ୍ୟା ନେଇ ଅଞ୍ଚଳ ବାସୀ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନି।ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ସ୍ବାସ୍ଥ୍ୟ କେନ୍ଦ୍ର ର ସମାଧାନ ଦିଗ ରେ ତୁରନ୍ତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବି କରାଯାଇଛି।


