ଶିକ୍ଷା ସପ୍ତାହରେ ଆପନମାଳା ସ୍କୁଲରେ ମାଆ ପାଇଁ ଗଛଟିଏ।

 

ମାଲକାନିଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥ ପୁର ପଞ୍ଚାୟତ ଆପନମାଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଦିନ ଏକ ଦିବସୀୟ 'ମାଆ ପାଇଁ ଗଛଟିଏ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ମହାଳୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମାଆ ପାଇଁ  ଗଛଟିଏ କାର୍ଯ୍ୟକ୍ରମରେ ସୋମନାଥ ପୁର କ୍ଲଷ୍ଟର ସିଆରସିସି ନିତାଇ ରାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ବୃକ୍ଷର ମାହାତ୍ମ୍ୟ ସମ୍ପର୍କରେ ବୁଝାଇବା ସହ ଗଛ ଲଗାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ମହାଳୀ ଗଛ ମାନବ ସମାଜ ପାଇଁ କେତେ କଲ୍ୟାଣକାରୀ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ସହ ଭିନ୍ନ ଭିନ୍ନ ଗଛର ଉପକାରିତା ସଂପର୍କରେ କହିଥିଲେ। ଏହା ପରେ ଛାତ୍ରଛାତ୍ରୀଙ୍କ ମାଆ ମାନଙ୍କୁ ନେଇ ବିଦ୍ୟାଳୟ ଆଖପାଖରେ ଆମ୍ବ, ପିସ୍ତା ବାଦାମ , ଅଅଁଳା , ପିଜୁଳି ଏବଂ ଫୁଲ ଗଛ ଆଦି ବୃକ୍ଷରୋପଣ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମାଆ ଲକ୍ଷ୍ମୀ ଲମତା , ମୁକ୍ତା ଖିଲ ସମେତ ବିଦ୍ୟାଳୟ ସହକାରୀ ଶିକ୍ଷୟିତ୍ରୀ ରଶ୍ମିତା ଜାଲି , ପ୍ରଭଞ୍ଜନା ସ୍ବାଇଁ , ଶ୍ରଦ୍ଧାଞ୍ଜଳି ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ମାଲକାନଗିରି ଜିଲ୍ଲାରୁ ନିରଞ୍ଜନ ମଲ୍ଲଙ୍କ ରିପୋର୍ଟ।

Post a Comment

Previous Post Next Post