ଆସିକା ଏନଏସି ରେ ଭିନ୍ନ ଢ଼ଙ୍ଗରେ କାରଗିଲ ଦିବସ ପାଳନ କଲେ ଆସିକା ଅଧ୍ୟକ୍ଷା,କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ କାଉନସିଲର

 


(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ଆସିକା ମୋ ନିୟୁଜ ଓଡିଶା : ଆସିକା ଏନ୍ ଏ ସି ରେ ଦେଶ ପାଇଁ ସହିଦ୍ ହୋଈଥିବା ଉମାକାନ୍ତ ପଟ୍ଟନାୟକ ଙ୍କ  ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟ ଦେଈ ସହିଦ ଦିବସ ପାଳନ କରିଥିଲେ ଆସିକା ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ ଓ ଆସିକା ଏନ୍ ଏ ସି ଅଧ୍ୟକ୍ଷା ବିନେତା ସ୍ଵାଇଁ । ଆଗରୁ ସମସ୍ତ ଙ୍କୁ ସୂଚନା ଥିଲା ସହିଦ୍ ଦିବସ ପାଳନ କରିବା ପାଇଁ। କିନ୍ତୁ କୈାଣସି କାଉନସିଲର ଓ ଉପାଧ୍ୟକ୍ଷା ଙ୍କ ଦେଖା ନଥିଲା କିଛି ସମୟପରେ ଉପାଧ୍ୟକ୍ଷା ଜୟନ୍ତି ବିଷୋୟୀ ଙ୍କ ସହିତ ସମସ୍ତ କାଉନସିଲର ଙ୍କ ଉପସ୍ଥିତିରେ ପୁଣି ଦେଶ ପାଇଁ ସହିଦ୍ ହୋଈଥିବା ଉମାକାନ୍ତ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଏଥିରେ ସାମିଲ୍ ହୋଈ ଥିଲେ ବିଜେପି କାଉନସିଲର ସରୋଜ କୁମାର ଭଞ୍ଜ,ରାଘବ ସିୟ, ନିଗମାନନ୍ଦ ରାଉତ, ପ୍ରଦୀପ ଗୈାଡ, ସଂଯୁକ୍ତା ଶତପଥି, ବନ୍ଧିତା ପ୍ରଧାନ, ନିରଞ୍ଜନ ଜେନା, ଏବଂ ଆସିକା ର ବହୁତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ଦେଖିବାକୁ ମିଳିଥିଲା ଦେଖିବାକୁ ବାକି ରହିଲା ଆଗକୁ ଆସିକା ଏନ୍ ଏ ସି ର ରାଜନୀତି କୁଆଡେ ଗତି କରୁଛି। ଆସିକା ଏନ୍ ଏ ସି ର ୧୬ ଜଣ କାଉନସିଲର କାହିଁକି ସମର୍ଥନ କରୁ ନାହାଁନ୍ତି ଆସିକା ଚେୟାରମେନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ କୁ ଆଗକୁ ଦେଖିବାକୁ ରହିଲା ଅଗଷ୍ଟ ପନ୍ଦର ଓ ଶ୍ଵାୟତ ଶାସନ ଦିବସ କିଭଳି ପାଳନ ହେବ।

Post a Comment

Previous Post Next Post