(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ଆସିକା :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲାର ଆସିକା ସହର ଏକ କୃଷିପ୍ରଧାନ ଅଞ୍ଚଳ ଆସିକା ନିର୍ବାଚନ ମଣ୍ଡଳୀର ଅଧିକାଂଶ କୃଷକ ଚାଷ କରି ଜୀବନଯାପନ ନିର୍ବାହ କରିଥାଆନ୍ତି। କିଛି ବର୍ଷ ହେଲେ ଆଉ ଋତୁ ଜନୀତ ବର୍ଷା ହେଉନି। ଲଘୁଚାପ ବର୍ଷା ହିଁ କୃଷକ ମାନଙ୍କ ସାହା ଭରଷା। ଆସିକା ନିର୍ବାଚନ ମଣ୍ଡଳୀ କୁ ଲାଗି ରହିଥିବା ବହୁତ ଗାଁ ଅଛି ହଜାର ହଜାର ହେକ୍ଟର ଚାଷଜମି ବି ଅଛି କିନ୍ତୁ ଚାଷ କରିବା ପାଇଁ ପାଣିର ସୁବିଧା ନାହିଁ। ଠିକ୍ ସମୟରେ ବର୍ଷା ନହବାରୁ ନଦୀରେ ପାଣି ବି କମି ଯାଉଛି।ଯାହା ଫଳରେ କୃଷକ ମାନେ ଆଉ କୃଷି କାମ ପାଇଁ ମନ କରୁନାହାନ୍ତି। ଅଳ୍ପ କିଛି ପଞ୍ଚାୟତ କୁ ଛାଡିଦେଲେ ସରକାର ଙ୍କ ତରଫ ରୁ କୈାଣସି ପ୍ରକାରର ଜଳସେଚନ ର ବ୍ୟବସ୍ଥା ନାହିଁ। ଆସିକା ବିଧାନସଭା ଓ ସଂସଦୀୟ କ୍ଷେତ୍ର ରୁ ପ୍ରତି ୫ ବର୍ଷରେ ଜନ ପ୍ରତିନିଧି ମାନଙ୍କୁ ନିର୍ବାଚନ କରିବା ପାଇଁ ବିଧାନସଭା ଓ ଲୋକସଭା କୁ ପଠାଉଛନ୍ତି। ଦିନେ ମଧ୍ୟ ବିଧାନସଭା ହେଉ କି ଲୋକସଭା ହେଉ ନିର୍ବାଚିତ ହୋଈ ଯାଉଥିବା ଜନପ୍ରତିନିଧି ମାନେ କୃଷି ଓ ଜଳସେଚନ ପାଇଁ ପ୍ରସ୍ତାବ ରଖିନାହାନ୍ତି। ଜୁଲାଇ ମାସ ସରି ଗଲାଣି ଜମିରେ ଚାଷୀମାନେ ଆଜି ଯାଏଁ ଜମି ଚାଷ କରି ନାହାଁନ୍ତି। ବର୍ତମାନ ବଙ୍ଗୋପସାଗର କୂଳରେ ଲଘୁଚାପ ସୃଷ୍ଟି ହୋଇଥିବାରୁ କିଛି ଜାଗାରେ ବର୍ଷା ହେବାରୁ ଏବେ କୃଷକମାନେ ଆନନ୍ଦ ରେ ଚାଷ କାମ କରିବାକୁ ଅଣ୍ଟା ଭିଡିଛନ୍ତି। ଏବଂ କୃଷକ ମାନଙ୍କ ମନରେ ହସ ଫୁଟିଛି।


