ଭାରତ ବିକାଶ ପରିଷଦ,ମୋ ନିୟୁଜ ଓଡିଶା ବ୍ରହ୍ମପୁର ଶାଖା ପକ୍ଷରୁ ସେବା ପକ୍ଷ ପାଳନ ଏବଂ ସ୍ଵାମୀ ବିବେକାନନ୍ଦ ଙ୍କ ପୁଣ୍ୟତିଥି ଅବସରରେ କନିଷି ମଦନ ମୋହନ ପୁର ସ୍ଥିତ ନବଜୀବନ ଟ୍ରଷ୍ଟ ସେବାଶ୍ରମରେ ପିଲାମାନଙ୍କୁ ରାସନ ସାମଗ୍ରୀ ଚାଉଳ, ଡାଲି, ଅଟା, ରୋଷେଇ ତେଲ, ବିସ୍କୁଟ ଇତ୍ୟାଦି ବଣ୍ଟନ କରାଗଲା l ଟ୍ରଷ୍ଟ ସଭାପତି ଓ ସମ୍ପାଦକ ଖାଦ୍ୟ ସାମଗ୍ରୀ ଗ୍ରହଣ କରିଥିଲେ l ପରିଷଦ ସଦସ୍ୟ ମାନେ ଅନ୍ତେବାସୀ ପିଲାମାନଙ୍କ ସହିତ କଥାବାର୍ତ୍ତା କରିବା ସହ ଗୋଶାଳା ବୁଲି ଦେଖିଥିଲେ Iଗୋଶାଳା ନିମନ୍ତେ ଗୋଖାଦ୍ୟ ଯୋଗାଣ ପାଇଁ ମହିଳା ସହଭାଗୀତା ଟିମ୍ ପକ୍ଷରୁ ପ୍ରତିଶୃତି ଦିଆଯାଇଛି l
ସଭାପତି ସୀମାଞ୍ଚଳ ଦାଶ, ସମ୍ପାଦକ ପ୍ରସନ୍ନ କୁମାର ଛୋଟରାୟ, ସଂଗଠନ ସମ୍ପାଦକ ରୁଦ୍ର ସିଂଦେଓ, ଅର୍ଥ ସଚିବ ଅଶୋକ କୁମାର ମହାରଣା, ସଂସ୍କାର ସଚିବ ଲିଙ୍ଗରାଜ ସାହୁ, ସେବା ସଚିବ ପ୍ରାଣ ଚାନ୍ଦ ପଣ୍ଡା, ରବିନ୍ଦ୍ର ପାଣିଗ୍ରାହୀ, ମହିଳା ସହଭାଗୀତା ଟିମ୍ ଶ୍ରୀମତୀ ଆରତୀ ପଣ୍ଡା, କେ. ଏନ୍. ରାଣୀ, ଶ୍ରୀମତୀ ଯାଜ୍ଞସେନୀ ଦେବୀ, ପରିବେଶ ସଚିବ ବିଜୟ ପାଢି, ପ୍ରଫୁଲ୍ଲ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଅନ୍ତେବାସୀଙ୍କୁ ରାସନ ସାମଗ୍ରୀ ପ୍ରଦାନ କରିଥିଲେ l
ସମ୍ପାଦକ
ପ୍ରସନ୍ନ କୁମାର ଛୋଟରାୟ


