ହନୁମାନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ମୋ ନିୟୁଜ ଓଡିଶା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦକୋଟ ଶୀଧେଶ୍ୱର ସାହି ଠାରେ ପବିତ୍ର ରଥଯାତ୍ରା ଅବସରରେ ରବିବାର ଅପରାହ୍ନ 1.30 ମିନିଟ ସମୟରେ ବୀର ହନୁମାନ ଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଶ୍ରୀ ଶୀଧେଶ୍ୱର ଯୁବକ ସଂଘ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ସନ୍ତୋଷ କୁମାର ବିଶ୍ୱାଳ, ବାବାଜୀ ପୂର୍ଣ୍ଣ ଚନ୍ଦ୍ର ଦାସ ମହାରାଜ, ସଂଘ ସଭାପତି ପ୍ରଶାନ୍ତ କୁମାର ସାହୁ, ସମାଜସେବୀ ରବୀନ୍ଦ୍ର କୁମାର ଦାସ ଯୋଗଦେଇ ଯୁବକ ସଂଘ ର ପ୍ରଚେଷ୍ଟା ପାଇଁ ଧନ୍ୟବାଦ ଦେବା ସହ ମନ୍ଦିର ନିର୍ମାଣ ରେ ସହଯୋଗ କରିବା ପାଇଁ କହିଥିଲେ । ପୂଜା ଅର୍ଚନା ଓ ହୋମ ଯଜ୍ଞ କରାଯାଇ ଭୂମି ପୂଜନ ଓ ଶିଳା ନ୍ୟାସ କରାଯାଇ ଥିଲା । ଏଥିରେ ଗ୍ରାମବାସୀ ସହଯୋଗ କରିଥିଲେ।

Post a Comment

Previous Post Next Post