ଭଞ୍ଜନଗର ମୋ ନିୟୁଜ ଓଡିଶା : ଶନିବାର ସନ୍ଧ୍ୟାରେ ଭଞ୍ଜନଗର ବାଳିକା ଉଚ୍ଚ ବିଦ୍ୟାଳୟ ପାଚେରି ପାଖରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ସ୍କୁଟି ଧକ୍କା ଦେଇ ଭଞ୍ଜନଗର ଜାଭିଆର ସ୍କୁଲ ଶିକ୍ଷକ ଆହତ ହୋଇ ପ୍ରଥମେ ଭଞ୍ଜନଗର ଡ଼ାକ୍ତରଖାନା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରକାଶଥାଉକି ଓଡ଼ି ୦୭ ଏଲ୍୪୬୯୨ ସ୍କୁଟିଟି ଗାମୁଣ୍ଡି ରୋଡରୁ ଆସୁଥିଲା କିନ୍ତୁ ବୁଲାଣି ରାସ୍ତା ଯୋଗୁ ନିୟନ୍ତ୍ରଣ ହରାଇଥିବା ଜଣା ପଡ଼ୁଛି । ଆହତ ବ୍ୟକ୍ତି ଜଣଙ୍କ ନାମ ବିରେଶ ଚନ୍ଦ୍ର ପୋଲାଇ । ସେ ଭଞ୍ଜନଗର ଜାଭିଆର ସ୍କୁଲର ଜଣେ ଶିକ୍ଷକ । ଦୁର୍ଘଟଣା ସମୟରେ ସ୍ଥାନୀୟ ଯୁବକ ଓ କବି ସମ୍ରାଟ ମିଡ଼ିଆ କ୍ଲବର କିଛି ସମ୍ବାଦିକଙ୍କ ଦ୍ୱାରା ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଭଞ୍ଜନଗର ଡ଼ାକ୍ତର ଖାନା ଓ ପରେ ବ୍ରହ୍ମପୁର ଡାକ୍ତର ଖାନାକୁ ଅଧିକ ଚିକିତ୍ସା ପାଇଁ ପଠା ଯାଇଛି । ମିଳିଥିବା ଖବର ଅନୁସାରେ ଆହତ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ତାଙ୍କ ନିଜ ଘର ବ୍ରହ୍ମପୁର ଓ ତାଙ୍କ ମାମୁ ଘର ଲଣ୍ଡେଇ ସାହି । ଖବର ପାଇବା ପରେ ଜାଭିଏର ସ୍କୁଲର ସହଯୋଗୀ ଶିକ୍ଷକ ଓ ତାଙ୍କ ମାମୁ ଭଞ୍ଜନଗର ଡାକ୍ତର ଖାନାରେ ପହଞ୍ଚି ଥିଲେ ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


