ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ):ଗତ ନବୀନ ସରକାରଙ୍କ ଦୀର୍ଘ ୨୫ ବର୍ଷ ଶାସନ କଳାରେ ଗଜପତି ଜିଲ୍ଲାରେ ସହରାଞ୍ଚଳ ଠୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସେପରି କୌଣସି ଉନ୍ନତି ଘଟି ନ ଥିବା ଅନୁଧ୍ୟାନରୁ ଜଣା ଯାଇଛି. ଏଠାରେ ସୂଚନାଯୋଗ୍ୟଯେ, ଗଜପତି ଜିଲ୍ଲାର ନୂଆଗଡ଼ ବ୍ଳକରେ ୮୪ ଗୋଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ଏହି କେନ୍ଦ୍ର ଗୁଡିକରେ ଥିବା ପିଲାଙ୍କୁ ଶୀତ କାକର, ବର୍ଷା ଓ ଖରା ଦିନେ ପୁରାତନ ଅଙ୍ଗନବାଡ଼ି କେନ୍ଦ୍ରର ଭଙ୍ଗା ଓ ବିପଦପୂର୍ଣ୍ଣ ଘରେ ପଢ଼ା ଯାଉଛି ତ ଆଉ କୋଉଠି ଗ୍ରାମବାସୀଙ୍କ ଘର ବାରଣ୍ଡାରେ ବସାଇ ପଢା ଯାଉଥିବା ଲକ୍ଷ୍ୟ କରାଯାଇଛି ।ଏହି ନୂଆଗଡ ବ୍ଲକରେ ୨୭୪ଟି ଅଙ୍ଗନବାଡ଼ି କେନ୍ଦ୍ରରୁ ୧୯୦ଟିର ନିଜସ୍ବ ଗୃହ ରହିଛି। ତେବେ, ବାକି ୮୪ଟି କେନ୍ଦ୍ର ମଧ୍ୟରୁ ଭଗ୍ନ ଅବସ୍ଥାରେ ୧୪ଟି ରହିଥିବା ବେଳେ ନିର୍ମାଣାଧୀନ ଅବସ୍ଥାରେ ୫୦ଟି ରହିଛି। ୨ଟି ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ହସ୍ତାନ୍ତର ହୋଇନି ଆଉ ୧୮ଟି ନୂତନ କୋଠା ନିମନ୍ତେ କାମ ହିଁ ଆରମ୍ଭ ହୋଇନାହିଁ। ଭଗ୍ନାବସ୍ଥାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ପିଲାଙ୍କୁ କେଉଁଠି ଭଙ୍ଗା ଘରେ ତ, ଆଉ କେଉଁଠି କାହାରି ଘର ବାରଣ୍ଡାରେ ବସାଇ ପଢ଼ାଯାଉଛି। ଅବା ମୋଟେ ପଢ଼ା ଯାଉନାହିଁ। ଉଦାହରଣ ସ୍ବରୂପ, ନୂଆଗଡ଼ ବ୍ଲକ ପୁଟୁରୁପଡା ପଞ୍ଚାୟତ କେ.ନୂଆସାହି ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ହେଲ୍ପରଙ୍କ ଘରେ ପାଠ ପଢା ଚାଲିଛି। ସେଠାରେ ଅଙ୍ଗନବାଡ଼ି କର୍ମୀ ଦୀର୍ଘ ୪ ବର୍ଷ ହେଲା ରହୁଛନ୍ତି ଏବଂ ପିଲାଙ୍କୁ ପଢ଼ାଉଛନ୍ତି । ଘରର ଅବସ୍ଥା କହିଲେ ନ ସରୋ ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ଉଭୟ କର୍ମୀ ଓ ପିଲାମାନେ ରହିଥିବା ଅଞ୍ଚଳବାସୀ ଅସନ୍ତୋଷର ସହ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ଜଣାଇଛନ୍ତି. ଏଠାରେ ଉଲ୍ଲେଖଯୋଗ୍ୟଯେ, ଗତ ୨/୩ ବର୍ଷ ହେଲା ଗଜପତି ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନୂଆଗଡ଼ ବ୍ଲକର ବିପଦପୂର୍ଣ୍ଣ, ଅଦ୍ଧଭଗ୍ନ, ଅର୍ଦ୍ଧନିର୍ମିତ, ଅସମ୍ପୂର୍ଣ୍ଣ ଏବଂ କାମ ଆରମ୍ଭ ହୋଇନଥିବା ଅଙ୍ଗନବାଡ଼ି କେନ୍ଦ୍ର ସମ୍ପର୍କରେ ତତ୍କାଳୀନ ସିଡିପିଓ ଅବଗତ କରାଇଛନ୍ତି। ତେବେ, କାର୍ଯ୍ୟାନୁଷ୍ଠାନ ଶୂନ୍ । ଗ୍ରାମ୍ୟ ଉନ୍ନୟନ ବିଭାଗର ଉଚ୍ଚକର୍ତ୍ତୃପକ୍ଷ ପିଲାଙ୍କ ଅଙ୍ଗନବାଡ଼ି ବିଦ୍ୟାଳୟ ପ୍ରତି ସଚେତନ ନଥିବା ଏଥିରୁ ସ୍ପଷ୍ଟ ହୋଇଛି. ସମ୍ପୃକ୍ତ ଘଟଣା ନେଇ ବର୍ତ୍ତମାନ ରାଜ୍ୟରେ ଶାସନ ଭାର ଗ୍ରହଣ କରିଥିବା ନୂତନ ସରକାର ଦୃଷ୍ଟି ଆକଶ୍ରଣ କରି ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ନିବେଦନ କରିଛନ୍ତି ।


