ଆର, ଉଦୟଗିରି ମୋ ନିୟୁଜ ଓଡିଶା (
ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ମୋହନା ଥାନା କଳାମେରୀ ଗାଁରେ ଟାଙ୍ଗିଆ ଚୋଟରେ ଶାଶୂ ଗୁରୁତର ଘଟଣାରେ ଅଭିଯୁକ୍ତ ମନମୋହନ ବିଷୋୟୀକୁ ସୋମବାର ଗିରଫ କରିଛି ମୋହନା ପୁଲିସ | ଆକ୍ରମଣରେ ବ୍ୟବହୃତ ଟାଙ୍ଗିଆ ଜବତ କରାଯାଇଛି। ଗୁରୁତର ଆହତ ଶାଶୂ ଅନଳା ବଣସିଂ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତଦନ୍ତ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବସନ୍ତ ସେଠୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ପ୍ରକାଶ କରି କହିଛନ୍ତି ଯେ, ସୂଚନା ପ୍ରକାରେ କଳାମେରୀ ଗାଁର ଅନଳା ବଣସିଂଙ୍କ ଝିଅ ସ୍ବପ୍ନାକୁ ସେହି ଗାଁର ମନମୋହନ ବିଷୋୟୀ ୫ ବର୍ଷ ପ୍ରେମ ବିବାହ କରିଥିଲେ। ତାଙ୍କର ଗୋଟିଏ ୪ ବର୍ଷର ଝିଅ ଅଛି। ତେବେ ସ୍ବାମୀ- ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ କଳି ଝଗଡ଼ା ଲାଗିରହିଥିଲା। ସେଥିପାଇଁ ଅନଳା ନିଜ ଝିଅ ସ୍ବପ୍ନ କୁ ନିଜ ଘରେ ରଖୁଥିଲେ। ତେବେ ରବିବାର ଜ୍ୱାଇଁ ମନମୋହନ ଶାଶୂ ଘରକୁ ଯାଇ ଝଗଡ଼ା କରିଥିଲା । ଏହି ସମୟରେ ଶାଶୂ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ଅଚାନକ ଜ୍ୱାଇଁ ମନମାହନ ଶାଶୂଙ୍କୁ ଟାଙ୍ଗି ଆରେ ହାଣିଦେଇଥିଲା। ଶାଶୂ ଅନଳାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଟାଙ୍ଗିଅ ଙ୍ଗିଆ ଚୋଟ ଯୋଗୁଁ ଗୁରୁତର ଆହତ ହୋଇଛ ଇଛନ୍ତି। ମୋହନା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।
Tags:
ମୁଖ୍ୟ ଖବର


